www.samajalive.in
Sunday, December 14, 2025
17.1 C
Bhubaneswar

ଗଣମାଧ୍ୟମକୁ ସେଲିବ୍ରିଟିଙ୍କ ସମାଲୋଚନା

ମୁମ୍ବଇ : ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁ ସନ୍ଦେହ ପରିସରକୁ ଆସିବା ପରେ କେତେକ ଚ୍ୟାନେଲ୍‌ର ଏ ସମ୍ବନ୍ଧରେ ଉଚ୍ଛୃଙ୍ଖଳ ଖବର ପ୍ରଦର୍ଶନ ନେଇ ଗଣମାଧ୍ୟମକୁ ସେଲିବ୍ରିଟି ତଥା ପ୍ରଶଂସକମାନେ ତୀବ୍ର ନିନ୍ଦା କରିଛନ୍ତି। ଏଭଳି ଖବର ପ୍ରସାରଣ ଅତ୍ୟନ୍ତ ଅସମ୍ବେଦନଶୀଳ ଏବଂ ଅଶିଷ୍ଟ ବୋଲି ଏହି ସେଲିବ୍ରିଟିମାନେ ଦର୍ଶାଇଛନ୍ତି। ଅଶିଷ୍ଟତାର କୌଣସି ସୀମା ନାହିଁ ବୋଲି ଅଭିନେତା ଫର୍‌ହାନ ଅଖତର ଟ୍ୱିଟ୍‌ରରେ ଉଲ୍ଲେଖ କରିଛନ୍ତି। ସେହିଭଳି ଗଣମାଧ୍ୟମ ଆପଣଙ୍କୁ ଶାନ୍ତିରେ ଚିରନିଦ୍ରା ଯିବାକୁ ଦେଉ ବୋଲି ଅଭିନେତ୍ରୀ ବିଦ୍ୟାବଲାନ ଉଲ୍ଲେଖ କରିଛନ୍ତି। ଏପରିକି ଗଣମାଧ୍ୟମ ମନୋରଞ୍ଜନ ନିମନ୍ତେ ଶ୍ରୀଦେବୀଙ୍କ ମୃତ୍ୟୁ ପ୍ରସଙ୍ଗକୁ ବ୍ୟବହାର କରିବା ବନ୍ଦ କରୁ ବୋଲି ଟ୍ୱିଟର ବ୍ୟବହାରକାରୀମାନେ ଦର୍ଶାଇଛନ୍ତି। ଶ୍ରଦ୍ଧାପୂର୍ବକ ଶାନ୍ତ ରହିବା ଲାଗି ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ପରାମର୍ଶ ଦେଇଛନ୍ତି। ଏପରିକି ନିଜ ଟେଲିଭିଜନ୍‌ ବନ୍ଦ କରିଦେବା ଲାଗି ଲୋକଙ୍କୁ ଫ୍ୟାଶନ ଡିଜାଇନର ମାସାବା ମାଣ୍ଡେନା ନିବେଦନ କରିଛନ୍ତି। କେହି ନିଜର ମା’ଙ୍କୁ ହରାଇଛନ୍ତି। ଏଣୁ ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟ ସମ୍ବନ୍ଧରେ କଳ୍ପନାଜଳ୍ପନା କରିବା ବନ୍ଦ କରାଯାଉ ବୋଲି ସେ ଦର୍ଶାଇଛନ୍ତି। ଜଣେ କିମ୍ବଦନ୍ତୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ବନ୍ଧରେ ଏଭଳି ଖବର ପ୍ରସାରଣ କରିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ଶାନ୍ତିରେ ଶୋଇପାରିବେ କି ବୋଲି ବିଦ୍ୟା ବଲାନ ପ୍ରଶ୍ନ କରିଛନ୍ତି। ସେହିଭଳି ଚ୍ୟାନେଲ୍‌ଗୁଡିକର ଏଭଳି ଖବର ପ୍ରସାରଣ ନେଇ ନିର୍ଦେଶକ ଅଭିଷେକ କପୁର ଅସନ୍ତୋଷ ପ୍ରକାଶ କରିବା ସହିତ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁରଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଭଳି ଭିତ୍ତିହୀନ ଖବର ପ୍ରସାରଣ ଦ୍ୱାରା ସାମ୍ବାଦିକତାର ମୃତ୍ୟୁ ଘଟିଥିବା ଇତିହାସରେ ଉଲ୍ଲେଖ ରହିବ ବୋଲି ଅନୁଭବ ସିହ୍ନା ପ୍ରକାଶ କରିଛନ୍ତି। ଅସମୟରେ ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଭାରତୀୟ ଗଣମାଧ୍ୟମର ଉଦ୍‌ବେଳନ ସ୍ୱାଭାବିକ। ମାତ୍ର ଗୁଜବ ପ୍ରଚାର ଦ୍ୱାରା କୌଣସି ଲାଭ ହେବ ନାହିଁ ବୋଲି ସଂଯୁକ୍ତ ଆରବ ଏମିରେଟ୍‌ରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ନବଦୀପ ସୁରୀ କହିଛନ୍ତି। ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ଏବଂ ପରେ ଦୁବାଇସ୍ଥିତ ଯେଉଁ ହୋଟେଲରେ ଶ୍ରୀଦେବୀ ମୃତ୍ୟୁ ପୂର୍ବରୁ ଅବସ୍ଥାନ କରୁଥିଲେ ସେଠାକାର କର୍ମଚାରୀଙ୍କୁ ପଚରା ଉଚୁରା ପରେ ଉଭୟଙ୍କ ବୟାନରେ ଭିନ୍ନତା ପରିଲକ୍ଷିତ ହୋଇଥିଲା। ଏହାକୁ କେନ୍ଦ୍ର କରି ଶ୍ରୀଦେବୀଙ୍କ ମୃତ୍ୟୁ ସନ୍ଦେହ ଘେରକୁ ଆସିଥିବା ବେଳେ ଏ ବିଷୟରେ ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲ ନାନା ପ୍ରକାର ଖବର ପ୍ରସାରଣ କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories