www.samajalive.in
Sunday, December 14, 2025
23.1 C
Bhubaneswar

ମୋଦିଙ୍କ ଉପରେ ଟ୍ରମ୍ପ ଖପ୍ପା

ୱାଶିଂଟନ୍‌ : ଆମେରିକୀୟ ମୋଟର ସାଇକେଲ୍‌, ବିଶେଷକରି ହାର୍ଲେ ଡାଭିଡସନ୍ସର ଆମଦାନୀ ଟାରିଫ୍‌ରେ ହ୍ରାସ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରତିଶ୍ରୁତି ପୂରଣ କରୁ ନ ଥିବା ଦର୍ଶାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ପୁନଃ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଟାରିଫରେ ୫୦% ହ୍ରାସ କରିବାକୁ ମୋଦି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏଯାବତ୍‌ ତାହା ପୂରଣ କରାଯାଇ ନ ଥିବାରୁ ଆମେରିକାକୁ କୌଣସି ଲାଭ ମିଳୁନାହିଁ। ମୋଦି ୫୦% ଲାଭ ପାଉଛନ୍ତି। ଏହାଦ୍ୱାରା ଭାରତ ଆମେରିକା ପ୍ରତି ଅନୁକମ୍ପା କରୁଥିବା ମୋଦି ଭାବୁଛନ୍ତି। କିନ୍ତୁ ବାସ୍ତବରେ ତାହା ନୁହେଁ ବୋଲି ଟ୍ରମ୍ପ ଦର୍ଶାଇଛନ୍ତି। ମୋଦିଙ୍କ ପ୍ରଶଂସା କରିବା ସହିତ ତାଙ୍କ ଭଳି ନମସ୍କାର କରି ଟ୍ରମ୍ପ କହିଛନ୍ତି, ଏହି ଟାରିଫରେ ୭୫% ହ୍ରାସ କରାଯାଇଛି; କିନ୍ତୁ ଏଥିରେ ଆଉ ୫୦% ହ୍ରାସ କରାଯିବ ବୋଲି ସେ କହିଥିଲେ। ଏଥିରେ ଆଚମ୍ବିତ ହୋଇ କି ପ୍ରତିକ୍ରିୟା ଦେବେ ବୋଲି ଟ୍ରମ୍ପ ମୋଦିଙ୍କୁ କହିଥିଲେ। ତେବେ ଏଥିରେ ପରିବର୍ତ୍ତନ ହୋଇ ନ ଥିବାରୁ ଟ୍ରମ୍ପ କ୍ରୋଧିତ ହୋଇ ଭାରତ ନିର୍ମିତ ମୋଟର ସାଇକେଲ୍‌ ଆମଦାନୀ ନେଇ ପାରସ୍ପରିକ ଟାରିଫ୍‌ ଲାଗୁ କରିବାକୁ ଧମକ ଦେଇଥିଲେ। ବାଣିଜ୍ୟ ତଥା ଆମେରିକାଠାରୁ ଆଗକୁ ବଢୁଥିବା ରାଷ୍ଟ୍ର ପ୍ରସଙ୍ଗରେ ଟ୍ରମ୍ପ ଅନ୍ୟ ରାଷ୍ଟ୍ରଗୁଡିକୁ ଧମକ ଦେବା କିଛି ନୂଆ କଥା ନୁହେଁ। ନିଜର ନିର୍ବାଚନୀ ପ୍ରଚାର ବେଳେ ଚୀନ୍‌ ବିରୋଧରେ ମଧ୍ୟ ଏହିଭଳି ଆଭିମୁଖ୍ୟ ଗ୍ରହଣ କରିଥିଲେ। କିନ୍ତୁ ତାଙ୍କର ଏଭଳି ଧମକ ବିଶେଷ ଫଳପ୍ରଦ ହୋଇ ନ ଥିବା ଜଣାଯାଏ। ତେବେ ମୋଟର ସାଇକେଲ ଟାରିଫ୍‌ ନେଇ ତାଙ୍କର ଭାରତ ବିରୋଧୀ ଧମକ ଏସୀୟ ରାଷ୍ଟ୍ରଙ୍କ ସହିତ ତାଙ୍କୁ କେତେବେଳେ ଉଷ୍ମ ତ କେତେବେଳେ ସାଧାରଣ ସମ୍ପର୍କର ଅଂଶବିଶେଷ ବୋଲି କୁହାଯାଉଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories