www.samajalive.in
Sunday, December 14, 2025
26.1 C
Bhubaneswar

ସିରିୟାରେ ଆକାଶ ମାର୍ଗ ଆକ୍ରମଣ ଜାରି, ୨୧ ମୃତ

ବିରୁଟ/ମସ୍କୋ : ଯୁଦ୍ଧ ବିରତି ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ମୌଖିକ ନିର୍ଦେଶ ପରେ ବି ସିରିୟାର ବିଦ୍ରୋହୀ ଗଡ଼ ପୂର୍ବ ଘୋଉଟା ଉପରେ ଆକାଶ ମାର୍ଗରୁ ଆକ୍ରମଣ ଜାରି ରହିଛି । ସିରିୟା ଓ ସହଯୋଗୀ ସେନା ପକ୍ଷରୁ ଡାମାକସ୍‌ ନିକଟ ପୂର୍ବ ଘୋଉଟା ଉପରେ ଆକ୍ରମଣରେ ସୋମବାର ୨୧ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଥିବା ସୂଚନା ମିଳିଛି । ଆକାଶ ମାର୍ଗରୁ ବିମାନରେ ବୋମା ବର୍ଷଣରେ ଏହି ଲୋକଙ୍କ ମୃତ୍ୟୁ ଘଟିଥିବା ସିରିୟାରେ କାର୍ଯ୍ୟରତ ମାନବାଧିକାର କର୍ମୀ ପ୍ରକାଶ କରିଛନ୍ତି । ମିଳିତ ଜାତସଂଘ (ୟୁଏନ୍‌) ସାଧାରଣ ସଚିବ ଅଣ୍ଟୋନିଓ ଗୁଟେରିସ୍‌ ଏଭଳି ବର୍ବରକାଣ୍ଡକୁ ବନ୍ଦ କରିବାକୁ କହିଛନ୍ତି । ଏହାସହ ଏଥିରେ ହସ୍ତକ୍ଷେପ୍‌ କରି ଅସ୍ତ୍ରବିରତି ଉଲ୍ଲଙ୍ଘନ ବନ୍ଦ କରିବା ପାଇଁ ପ୍ରୟାସ କରିବାକୁ ସେ ମିଳିତ ଜାତିସଂଘ ମାନବାଧିକାର ପରିଷଦକୁ ପରାମର୍ଶ ଦେଇଛନ୍ତି । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସିରିୟାରେ ୩୦ ଦିନ ପର୍ଯ୍ୟନ୍ତ ଯୁଦ୍ଧ ବିରତି ପାଇଁ ଏକ ପ୍ରସ୍ତାବ ଆଣିବାକୁ ଦାବି କରାଯାଇଛି । ଏହା ପରେ ବି ତୁର୍କି, ସିରିୟା ଓ ଆମେରିକାର ମିଳିତ ସେନା ପୂର୍ବ ଘୋଉଟାରେ ଆକ୍ରମଣ ଜାରି ରଖିଛନ୍ତି । ଏହି ଆକ୍ରମଣରେ ଗତ ୮ ଦିନ ମଧ୍ୟରେ ଅନୁ୍ୟନ ୫୫୬ ଜଣ ଲୋକଙ୍କ ମୃତୁ୍ୟ ଘଟିଛି ବୋଲି ବ୍ରିଟେନସ୍ଥିତ ସିରିୟା ମାନବାଧିକାର ପ୍ରର୍ଯ୍ୟବେକ୍ଷକ କହିଛନ୍ତି । ମିଳିତ ଜାତିସଂଘର ନିର୍ଦେଶ ପରେ ଆକ୍ରମଣର ମାତ୍ରା କମିଥିଲେ ବି ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ ବୋଲି କୁହାଯାଛି । ସେପଟେ ପ୍ରତ୍ୟେକ ଦିନ ୫ ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ବିରତି ପାଇଁ ରୁଷିଆ ପଦକ୍ଷେପ ନେଇଛି । ଏହି ସମୟ ମଧ୍ୟରେ ମାନବ ଆଳନ୍ଦି କରି ସାଧାରଣ ନାଗରିକଙ୍କୁ ସେଠାରୁ ବାହାର କରିବାକୁ ପ୍ରୟାସ କରାଯିବ ବୋଲି ରୁଷିଆ ପକ୍ଷରୁ କୁହାଯାଇଛି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories