www.samajalive.in
Monday, December 15, 2025
27.1 C
Bhubaneswar

୧୫ଦିନ ମଧ୍ୟରେ ଆବଣ୍ଟିତ ହେବ ସ୍ମାର୍ଟସିଟି ଭେଣ୍ଡିଂ ଜୋନ

ଭୁବନେଶ୍ବର: ସ୍କାର୍ଟସିଟି ପ୍ରକଳ୍ପରେ ଶିଶୁଭବନ ଛକରୁ ରାମମନ୍ଦିର ମଧ୍ୟରେ ନିର୍ମାଣ ହୋଇଥିବା ଭେଣ୍ଡିଂ ଜୋନ ଦୋକାନ ଗୃହ ୧୫ଦିନ ମଧ୍ୟରେ ଆବଣ୍ଟନ କରିବାକୁ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧାରୀ ଦକ୍ଷିଣାଞ୍ଚଳ ଜୋନ ଡେପୁଟି କମିସନରଙ୍କୁ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଉକ୍ତ ଅଞ୍ଚଳର ଉଭୟ ପାର୍ଶ୍ବରେ ଉଠାଦୋକାନ ଥିଲା। ଏହାକୁ ଉଚ୍ଛେଦ କରି ଭେଣ୍ଡିଂ ଜୋନ ନିର୍ମାଣ କରିବାକୁ ପୂର୍ବତନ ବିଏମ୍‌ସି କମିସନର ଅପରାଜିତା ଷଡ଼ଙ୍ଗୀ ନିଷ୍ପତ୍ତି ନେଇଥିଲେ। ପରବର୍ତ୍ତୀ କାଳରେ ଏହି ଅଞ୍ଚଳ ସ୍ମାର୍ଟସିଟି ଅଧୀନକୁ ଚାଲି ଯାଇଥିଲା। ପରେ ସ୍ମାର୍ଟସିଟି ପ୍ରକଳ୍ପରେ ଦୋକାନ ଗୃହ ନିର୍ମାଣ ହୋଇଥିଲା। ନିର୍ମାଣ କାର୍ଯ୍ୟ ସରିବା ପରେ ଦୀର୍ଘଦିନ ହେଲା ଗୃହଗୁଡ଼ିକ ବଣ୍ଟନ କରାଯାଇନପାରି ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ଏସବୁ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ବିଳମ୍ବରେ ହେଲେ ମଧ୍ୟ ତାଲିକାଭୁକ୍ତ ହିତାଧିକାରୀଙ୍କୁ ଦୋକାନ ଗୃହ ଆବଣ୍ଟନ କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ପ୍ରଥମ ପର୍ଯ୍ୟାୟରେ ଶିଶୁଭବନ ଛକରୁ ମାଷ୍ଟର କ୍ୟାଣ୍ଟିନ୍ ମଧ୍ୟରେ ଥିବା ଗୃହ ବଣ୍ଟନ କରାଯିବା ପରେ ଦ୍ବିତୀୟ ପର୍ଯ୍ୟାୟ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ରାମମନ୍ଦିର ମଧ୍ୟରେ ଥିବା ଭେଣ୍ଡିଂ ଜୋନ ସବୁୁ ଆବଣ୍ଟିତ ହେବ ବୋଲି ଜଣାପଡ଼ିଛି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories