କର୍ଣ୍ଣାଟକ ନିର୍ବାଚନ:ଜେଡିଏସ୍‌କୁ କଂଗ୍ରେସର ସମର୍ଥନ, ବିଜେପିକୁ ସର୍ବାଧିକ ଆସନ

0

ବେଙ୍ଗାଲୁର: କର୍ଣ୍ଣାଟକ ନିର୍ବାଚନରେ  କଂଗ୍ରେସ ,ଜେଡିଏସ୍‌କୁ ସମର୍ଥନ ଦେବ ବୋଲି ଘୋଷଣା କରିଛି ।   କଂଗ୍ରେସର ସମର୍ଥନ ପାଇବା ପରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଜେଡିଏସ୍‌ ମୁଖ୍ୟ କୁମାରସ୍ୱାମୀ ରାଜ୍ୟପାଳଙ୍କୁ ଭେଟିବା ପାଇଁ ପତ୍ର ଲେଖିଛନ୍ତି । ତେବ  କଂଗ୍ରେସ ଦଳକୁ ଝଟକା ଲାଗିଛି । ଚଳିତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛି ।ଅପରାହ୍ନ ୫ଟା ସୁଦ୍ଧା ୨୨୨ଟି ଆସନରୁ ବିଜେପି ୧୦୫ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୭୮ଟି ଓଜେଡିଏସ୍‌ ୩୭ଟି ଆସନରେ ଆଗୁଆ ରହିଛି । ଅନ୍ୟମାନେ ୦୨ ଟି ଆସନରେ ଆଗୁଆ ରହିଛନ୍ତି  । ସିଦ୍ଧରମୟା ମୁଖ୍ୟମନ୍ତ୍ରୀ ପଦର ୁଇସ୍ତଫା ଦେଇଛନ୍ତି ।

ମତଗଣନା ପୂର୍ବରୁ  ଓ ଏକ୍‌ଜିଟ୍‌ ପୋଲରେ ରାଜନୈତିକ ସମୀକ୍ଷକମାନେ କର୍ଣ୍ଣାଟକରେ ଝୁଲା ସରକାର ହେବ ବୋଲି ଆଶଙ୍କା ପ୍ରକାଶ କରିଥିଲେ । ଜେଡିଏସ୍‍ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପୂର୍ବନୁମାନ କରାଯାଇଥିଲା । ନିର୍ବାଚନୀ ପ୍ରଚାର ସମୟରେ ଜେଡିଏସ୍‍କୁ କଂଗ୍ରେସ ଓ ବିଜେପି କଡ଼ା ସମାଲୋଚନା କରିଥିଲେ। ହେଲେ ଜେଡିଏସ୍‍ ବିଜେପି ଆଡକୁ ଢଳୁ ଥିବା ପରି ଲାଗିଥିଲା। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିର୍ବାଚନ ପ୍ରଚାର ସମୟରେ ବିଜେପି ଅର୍ଥରେ ଜେଡିଏସ୍‍ ପ୍ରଚାର ଚାଲୁଛି ବୋଲି ଅଭିଯୋଗ କରିଥିଲେ । ଉଲ୍ଲେଖ ଯେ ସିଦ୍ଧରମୈୟା ଜେଡିଏସ୍‍ରୁ କଂଗ୍ରେସକୁ ଆସିଛନ୍ତି।  ଲିଙ୍ଗାୟତକୁ ଅଲଗା ଧର୍ମର ମାନ୍ୟତା ଦେବାକୁ କହି କଂଗ୍ରେସ ବିଜେପି ଗଡ଼ରେ ଘାଇ ସୃଷ୍ଟି କରିଦେଇଥିଲା  ।  ସେପଟେ ତୃତୀୟ ଦଳ ଭାବେ ମହିଶୁର ଅଞ୍ଚଳରେ ଜେଡିଏସ୍‍ର ଆଧିପତ୍ୟ ଦେଖିବାକୁ ମିଳିଛି । ତେବେ କଂଗ୍ରେସ , ଜେଡିଏସ୍‌କୁ ସରକାର ଗଢିବା ପାଇଁ ସମର୍ଥନ ଦେଇଛି । ତେବେ ରାଜ୍ୟାପାଳ କାହାକୁ ସରକାର ଗଠନ କରିବା ପାଇଁ ନିମନ୍ତ୍ରଣ ଦେଉଛନ୍ତି ତାହାକୁ ସମସ୍ତଙ୍କ ଅପେକ୍ଷା ।

Leave A Reply