‘କିଙ୍ଗ୍‌ମେକର’ ନୁହେଁ ‘କିଙ୍ଗ୍‌’ ହେବାକୁ ଯାଉଛି ଜେଡିଏସ୍‍

0

କର୍ଣ୍ଣାଟକ ବିଧାନସଭା: ବଦଳିଲା ମୋଡ଼

କର୍ଣ୍ଣାଟକ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ମୋଡ଼ ହଠାତ୍‍ ବଦଳିଯାଇଛି। ସ୍ପଷ୍ଟ ବହୁମତ ଦିଗକୁ ଅଗ୍ରସର ହୋଇ ସରକାର ଗଢ଼ିବାକୁ ପ୍ରସ୍ତୁତ ହୋଇଥିବା ବିଜେପିକୁ ଲାଗିଛି ବଡ଼ ଧକ୍କା। ଅପରପକ୍ଷରେ ପରାଜୟର ମୁହଁ ଦେଖିଥିବା କଂଗ୍ରେସ ସମ୍ଭାବ୍ୟ ଜେଡିଏସ୍‍ ସରକାର ସହିତ ସାମିଲ୍‍ ହେବାକୁ ଯାଉଛି। ଆଶ୍ଚର୍ଯ୍ୟଜନକ ଓ ଅପ୍ରତ୍ୟାଶିତ ଭାବେ ଜେଡିଏସ୍‍ କଂଗ୍ରେସ ସମର୍ଥନରେ ସରକାର ଗଢ଼ିବାକୁ ଯାଉଛି। କର୍ଣ୍ଣାଟକ ନିର୍ବାଚନରେ ସମ୍ଭାବ୍ୟ ଝୁଲା ବିଧାନସଭାରେ ଜେଡିଏସ୍‍ ‘କିଙ୍ଗମେକର’ ଭୂମିକା ନିର୍ବାହ କରିବ ବୋଲି ରାଜନୀତି ବିଶାରଦଙ୍କ ଅନୁମାନରୁ ଆଉ ପାଦେ ଆଗେଇ ‘କିଙ୍ଗ’ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ପଦ ସହିତ ସରକାର ଗଠନ କରିବା ପାଇଁ କଂଗ୍ରେସ ପକ୍ଷରୁ ଜେଡିଏସ୍‍କୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଉକ୍ତ ପ୍ରସ୍ତାବକୁ ଜେଡିଏସ୍‍ ଗ୍ରହଣ କରିଛି। ଜେଡିଏସ୍‍ର ଦେବେଗୌଡ଼ା ଓ କୁମାରସ୍ୱାମୀଙ୍କ ସହିତ ସିଦ୍ଧରାମେୟା ଆଲୋଚନା କରୁଛନ୍ତି। କଂଗ୍ରେସ ୭୩ଟି ଆସନରେ ଆଗୁଆ ଥିବା ବେଳେ ଜେଡିଏସ୍‍ ୪୦ଟି ଆସନରେ ଆଗୁଆ ରହିଛି। ଏହି ଧାରା ଜାରି ରହିଲେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‍ ମେଣ୍ଟ ସରକାର ଗଢ଼ିବାର ସମ୍ଭାବନାକୁ ଅସ୍ୱୀକାର କରାଯାଇ ନ ପାରେ।
Leave A Reply