୨ ଲକ୍ଷ ଟଙ୍କାପାଇଁ ଝିଅ ସହ ୩ ନାତି ନାତୁଣୀଙ୍କୁ ମାରି ପୋଖରୀରେ ଫିଙ୍ଗିଥିଲା ଅଜା

0

ପାରାଦୀପ/କୁଜଙ୍ଗ: କୁଜଙ୍ଗ ଜଗନ୍ନାଥପୁର ଶନିମନ୍ଦିର ନିକଟ ମହାନଦୀରୁ ଚାରି ଜଣଙ୍କ ମୃତ ଦେହ ଉଦ୍ଧାର କରାଯିବା ଘଟଣା । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଆଶଙ୍କା କରାଯାଉଥିଲା । ମୃତ୍ୟୁ ବରଣ କରିଥିବା ମହିଳା ଜଣଙ୍କର ସ୍ୱାମୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାରୁ ସେ କ୍ଷତି ପୂରଣ ଟଙ୍କା ପାଇଥିଲେ । ଏହି କ୍ଷତି ପୂରଣ ଟଙ୍କା ଲୋଭରେ ଝିଅ ସହ ୨ ନାତୁଣୀ ଓ ଗୋଟିଏ ନାତିକୁ  ନର ରୂପି ରାକ୍ଷସ ଅଜା ହତ୍ୟା କରିଥିବା କଥା ପୁଲିସ କହିଛି । ଜଗତସିଂହପୁର ଏସ୍‌ପି  ଜୟ ନାରାୟଣ ପଙ୍କଜ ଏକ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ହତ୍ୟାକାଣ୍ଡର ଶିକାର ହୋଇଥିବା ମାନିନୀଙ୍କ ପିତା ଅକ୍ଷୟ । କିଛି ଦିନ ତଳେ  ମାନିନୀଙ୍କ ସ୍ୱାମୀଙ୍କର ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ତାଙ୍କୁ କ୍ଷତି ପୂରଣ ରାଶି ପାଇଁ ୨  ଲକ୍ଷ ଟଙ୍କା ମିଳିଥିଲା । ଏହାପରେ ଅକ୍ଷୟ, ମାନିନୀଙ୍କୁ ତାଙ୍କର ସାନ ଝିଅର ବାହାଘର ପାଇଁ ଟଙ୍କା ମାଗିଥିଲେ । ମାତ୍ର ମାନିନୀ ଟଙ୍କା ନ ଦେବାରୁ ସେ ମାନିନୀ ଓ ତାଙ୍କର ୨ ଝିଅ ଓ ଗୋଟିଏ ପୁଅକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ପୂର୍ବ ଯୋଜନା ମୁତାବକ ଦୁଇ ନାତୁଣୀଙ୍କୁ ପ୍ରଥମେ ଡାକି ନେଇ ହତ୍ୟା କରି ମହାନଦୀରେ ସେମାନଙ୍କର ମୃତ ଦେହ ଫିଙ୍ଗି ଦେଇଥିଲେ । ଏହାପରେ ମାନିନୀଙ୍କୁ ତାଙ୍କର ଦୁଇ ଝିଅ ମହାନଦୀରେ ନିଖୋଜ ହୋଇଯାଇଥିବା କହିଥିଲେ । ମାନିନୀ ଓ ତାଙ୍କ ପୁଅ ସହ ମହାନଦୀ କୂଳକୁ ଯାଇଥିବା ବେଳେ ପଛରୁ ହତ୍ୟାକରୀ ଅକ୍ଷୟ, ମାନିନୀଙ୍କ ମୁଣ୍ଡକୁ ପିଟି ହତ୍ୟା କରିବା ପରେ ନାତିକୁ ହତ୍ୟା କରିଥିଲା । ଏହାପରେ ଦୁଇ ଜଣଙ୍କର ମୃତ ଦେହକୁ ମହାନଦୀରେ ଫିଙ୍ଗି ଦେଇଥିଲା । ଏହା ପରଦିନ ସ୍ଥାନୀୟ ଲୋକ ମୃତଦେହ ତଳ ମୁହାଁ ହୋଇ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଏହାର ତଦନ୍ତ ଆରମ୍ଭ  କରିଥିଲା । ସମ୍ପତ୍ତି ବିବାଦ କିମ୍ବା ଟଙ୍କା ପାଇଁ ଏମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ତଦନ୍ତରୁ ଅକ୍ଷୟ ଟଙ୍କା ଲୋଭରେ ଝିଅ ସହ ନାତି ନାତୁଣୀଙ୍କୁ ହତ୍ୟା କରିଥିବା ପ୍ରମାଣ ମିଳିଥିଲା । ତେବେ ସେ ଏକୁଟିଆ ୪ ଜଣଙ୍କୁ ହତ୍ୟା କରିଥିବା ବିଷୟକୁ ଅନେକ ଗ୍ରହଣ କରି ପାରୁ ନାହାନ୍ତି । ଏଥିରେ ତାଙ୍କ ସହ ଆଉ କିଏ ସହଯୋଗୀ ଥିଲେ ପୁଲିସ ତାହାର ତଦନ୍ତ କରୁଛି । ଅକ୍ଷୟ ନାମରେ ଆଗରୁ ଅନେକ ଅପରାଧିକ ମାମଲା ରହିଛି । ଅକ୍ଷୟକୁ ଗିରଫ କରାଯିବା ପରେ  କୋର୍ଟ ଚାଲାଣ କରାଯାଇଛି ।

Leave A Reply