ଆଇପିଏଲ୍  କ୍ରିକେଟ : ଆଜି କଲକାତା  ଓ ରାଜସ୍ଥାନ ମଧ୍ୟରେ ମୁକାବିଲା  

0

କଲକାତା : ଆଇପିଏଲ୍  କ୍ରିକେଟ ୨୦୧୮ରେ ମଙ୍ଗଳବାର  କଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲସ୍ ମଧ୍ୟରେ କଲକାତା ରେ ରାତି ୮ଟାରେ ମ୍ୟାଚ ଅନୁଷ୍ଠିତ ହେବ ।  ମଙ୍ଗଳବାର ସୁଦ୍ଧା କଲକାତା ନାଇଟ ରାଇଡର୍ସ ୧୨ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୬ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୩ୟ ସ୍ଥାନରେ ରହିଛି। ସେହିପରି ରାଜସ୍ଥାନ ରୟାଲସ୍ ୧୨ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୬ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୪ର୍ଥ ସ୍ଥାନରେ ଅଛି।

ତେବେ ସନ୍ ରାଇଜର୍ସ ୧୨ଟି ମ୍ୟାଚ ଖେଳି ୯ଟି ବିଜୟ ୩ଟି ପରାଜୟ ସହିତ ୧୮ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ଚେନ୍ନଇ ସୁପର କିଙ୍ଗସ୍ ୧୨ଟି ମ୍ୟାଚ ଖେଳି ୮ଟି ବିଜୟ ୪ଟି ପରାଜୟ ସହିତ ୧୬ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୨ୟ ସ୍ଥାନରେ ରହିଛି।

ସେହିପରି  କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୧୨ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୬ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୫ମ ସ୍ଥାନରେ ଥିବାବେଳେ ମୁମ୍ବଇ ଇଣ୍ଡିଆନ୍ସ  ୧୨ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୭ଟି ପରାଜୟ ସହିତ ୧୦ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି ।

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୧୨ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୭ଟି ପରାଜୟ ସହିତ ୧୦ ପଏଣ୍ଟ ପାଇ ୭ମ ସ୍ଥାନରେ ଓ ଦିଲ୍ଲୀ ଡେୟାର ଡେଭିଲସ୍ ୧୨ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୯ଟି ପରାଜୟ ସହିତ ୬ ପଏଣ୍ଟ ପାଇ ୮ମ ସ୍ଥାନରେ ରହିଛି।

 

Leave A Reply