www.samajalive.in
Monday, December 15, 2025
14.1 C
Bhubaneswar

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡିଶାର ପରିଚୟ

ଟିଟିଲାଗଡ଼: ଗୋପବନ୍ଧୁ ଓଡିଆଙ୍କ ପାଇଁ ଜଣେ ବ୍ୟକ୍ତି ନୁହଁନ୍ତି ଜଣେ ସ୍ୱର୍ଗଦୂତ ସଦୃଶ। ତିନି ବର୍ଷ ବୟସରେ ନିଜ ମାଙ୍କୁ ହରାଇ ସ୍ନେହ ମମତା ପାସୋରିଥିବା ବାଳକ ଗୋପବନ୍ଧୁ ସମଗ୍ର ଓଡିଶାବାସୀଙ୍କୁ ନିଜ ସ୍ନେହର ସ୍ପର୍ଶ ଦେଇଥିôଲେ। ରେଭେନ୍ସା କଲେଜରେ ସ୍ନାତକ, କଲିକତାରେ ଆଇନ ପାଠ ପଢା ପରେ ପଦପଦବି, ଚାକିରି ମୋହ ଛାଡି ସ୍ୱାଧିନତା ସଂଗ୍ରାମରେ ଝାସ ଦେଇ ବର୍ଷବର୍ଷ ଧରି ତାଙ୍କୁ କାରାବରଣ କରିବାକୁ ମଧ୍ୟ ପଛେଇନଥିଲେ। ଇଂରେଜଙ୍କ ବିରୁଦ୍ଧରେ ଅଗ୍ରଣୀ ସଂଗ୍ରାମୀ ଭାବରେ କଂଗ୍ରେସକୁ ରାଜ୍ୟରେ ପ୍ରତିଷ୍ଠିତ କରି ଭାଗିରଥି ଭାବରେ ପରିଚିତ ହୋଇଥିଲେ। କଲିକତା ପ୍ରାଦେଶିକ କଂଗ୍ରେସ ସମ୍ମିଳନୀରେ କବିବର ରାଧାନାଥ ଏହି ମହାନାୟକଙ୍କୁ ଉତ୍କଳମଣୀ ଆଖ୍ୟା ଦେଇଥିଲେ। ଯୋଗଜନ୍ମା ଗୋପବନ୍ଧୁ ଓଡିଆବାସୀଙ୍କ ପାଇଁ ପରିଚୟ ବୋଲି ବୁଧବାର ଟଟିଲାଗଡ ପାଠକ ମଞ୍ଚ ପକ୍ଷରୁ ସ୍ଥାନୀୟ ମହେଶ୍ୱର ହିନ୍ଦି ହାଇସ୍କୁଲ ପରିସରରେ ଅନୁଷ୍ଠିତ ଉତ୍କଳମଣୀଙ୍କ ଜୟନ୍ତି ସଭାରେ ବକ୍ତାଗଣ ମତବ୍ୟକ୍ତ କରିଛନ୍ତି। ସମାଜ ପାଠକ ମଞ୍ଚ ସଭାପତି ଅଶ୍ୱିନୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଟିଟିଲାଗଡ ସହକାରି ଜିଲାପାଳ ଦେବାଶିଷ ସାମଲ ମୁଖ୍ୟଅତିଥି, ବରିଷ୍ଠ ଶିକ୍ଷାବିତ ଜ୍ୟୋତିପ୍ରକାଶ ଗଡତିଆ ମୁଖ୍ୟବକ୍ତା, ଶିଶୁ ସାହିତ୍ୟିକ ଡ. ଯୁଗଲ କିଶୋର ଷଡଙ୍ଗୀ, କବି ଭିକାରି ଚରଣ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ। ମଞ୍ଚ ସଦସ୍ୟ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶିବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷାବିତ ସେବକ ଚରଣ ଦାସ, ଲକ୍ଷ୍ମୀନୃସିହ ଚୌଧୁରୀ, ଚିତରଞ୍ଜନ ଚାନ୍ଦ, ରାଧାକୃଷ୍ଣ ପଟ୍ଟନାୟକ, ପାଣ୍ଡବ ସୁବୁଦ୍ଧି, ପ୍ରଫୁଲ୍ଲ କୁମ୍ଭାର, ପର୍ଶୁରାମ ପାଣିଗ୍ରାହୀ, ସର୍ବଶାନ୍ତି ସାହୁ, ଧୁବଲେ ଦଳବେହେରା, କୃଷକ ନେତା ବାଲକୃଷ୍ଣ ଷାଣ୍ଡ, ଅନାଦି ସୁନା, ନିତ୍ୟାନନ୍ଦ ରାଉତରାୟ, ରବିନ୍ଦ୍ର ସାହୁ, ରେ।।ମାଂଚନ ସାହୁ, ସମାଜ ପ୍ରତିନିଧି ଦିଲିପ ପୁରୋହିତ, ଅଶୋକ ତ୍ରିପାଠୀ, ପ୍ରକାଶ ମହାରଣା ପ୍ରମୁଖ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories