ଅଧିକ ଆଳୁ ଖାଉଥିଲେ ସାବଧାନ! ହୋଇପାରେ ଏହି ଗମ୍ଭୀର ରୋଗ
ଆଳୁ ଏପରି ଏକ ପରିବା ଯାହା ପ୍ରାୟତଃ ସମସ୍ତଙ୍କ ଘରେ ନିଶ୍ଚତ ରୂପେ ଉପଲବ୍ଧ। କିଛି ଲୋକ ଆଳୁ ଖାଇବାକୁ ବହୁତ ଭଲ ପାଆନ୍ତି। ତେଣୁ ସେମାନେ ମାତ୍ରାଧିକ ଆଳୁ ଖାଆନ୍ତି। ହେଲେ ଏହା ଜାଣି ରଖନ୍ତୁ ଯେ, ଅଧିକ ଆଳୁ ଖାଇବା ଆମ ସ୍ବାସ୍ଥ୍ୟ ପକ୍ଷେ ଖୁବ୍ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହାଦ୍ବାରା ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା ଥାଏ। ତେବେ ଆସନ୍ତୁ ଜାଣିବା ଅଧିକ ଆଳୁ ଖାଇବା ଦ୍ବାରା କେଉଁ କେଉଁ ରୋଗ ହେବାର ସମ୍ଭାବନା ଅଧିକ ଥାଏ-
୧.ଅମ୍ଳପିତ୍ତ : ଯଦି ଆପଣ ଅଧିକ ଆଳୁ ଖାଉଛନ୍ତି ତେବେ ଆପଣଙ୍କୁ ଅମ୍ଳପିତ୍ତ ସମସ୍ୟା ଦେଖା ଦେଇପାରେ। ଆଳୁ ଖାଇବା ଦ୍ବାରା ଅଧିକାଂଶ ଲୋକଙ୍କର ଗ୍ୟାସ୍ ହୋଇଯାଏ। ଯଦି ଆପଣଙ୍କର ଗ୍ୟାଷ୍ଟ୍ରିକ୍ ସମସ୍ୟା ରହୁଛି ତେବେ ଆପଣ ଖାଦ୍ୟରେ ଆଳୁ କମ୍ ବ୍ୟବହାର କରନ୍ତୁ। ପ୍ରତିଦିନ ଆଳୁ ଖାଇବା ଦ୍ବାରା ଗ୍ୟାସ୍ ସମସ୍ୟା ହୋଇଥାଏ। ଫଳରେ ପାଚନ ତନ୍ତ୍ର ମଧ୍ୟ ଦୁର୍ବଳ ହୋଇଯାଇଥାଏ।
୨.ଉଚ୍ଚ ରକ୍ତଚାପ : ଏକ ଗବେଷଣାରୁ ଜଣାପଡ଼ିଛି, ସପ୍ତାହରେ ୪ରୁ ଅଧିକ ଥର ଆଳୁ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପ ଆଶଙ୍କା ବୃଦ୍ଧି ପାଇଥାଏ। ଏହା ଦ୍ବାରା ଶରୀରର ରକ୍ତ ସଞ୍ଚାଳନ ମଧ୍ୟ ଅନିୟନ୍ତ୍ରିତ ହୋଇ ଯାଇଥାଏ। ଉଚ୍ଚ ରକ୍ତଚାପ ସମସ୍ୟାରୁ ବର୍ତ୍ତିବା ପାଇଁ ଆଳୁ କମ୍ ସେବନ କରନ୍ତୁ।
୩.ମଧୁମେହ : ଆଳୁରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଥାଏ ଯାହା ଦ୍ବାରା ଶରୀରରେ ଗ୍ଲୁକୋଜର ମାତ୍ରା ବୃଦ୍ଧି ହୋଇଥାଏ। ଫଳରେ ରକ୍ତରେ ଶର୍କରାର ପରିମାଣ ବଢ଼ିବାକୁ ଲାଗିଥାଏ ଏବଂ ମନୁଷ୍ୟ ମଧୁମେହର ଶିକାର ହୋଇଥାଏ।
୪.ଓଜନ ବୃଦ୍ଧି : ଅଧିକ ମାତ୍ରାରେ ଆଳୁ ଖାଇବା ଦ୍ବାରା ଖୁବଶୀଘ୍ର ଓଜନ ବୃଦ୍ଧି ହୋଇଥାଏ। ଏହା ସହିତ ଆପଣଙ୍କ ଶରୀର ଅସୁସ୍ଥ ହୋଇପାରେ ଏବଂ ଆପଣ ମେଦବହୁଳତାର ଶିକାର ହୋଇପାରନ୍ତି। ତେଣୁ ମାତ୍ରାଧିକ ଆଳୁ ଖାଆନ୍ତୁ ନାହିଁ।
Comments are closed.