ଡାକ୍ତରଙ୍କୁ ତାଲା ପକାଇଲେ ସରପଞ୍ଚଙ୍କ ପୁଅ
ବାଲେଶ୍ବର : ବାଲେଶ୍ବର ଜିଲା ବାହାନଗା ଅନ୍ତର୍ଗତ ବିଷ୍ଣୁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ଅଟକ ରହିବା ଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି । ରୋଗୀ ଚିକିତ୍ସାରେ ଅବହେଳା ଅଭିଯୋଗକରି ଶନିବାର ସ୍ଥାନୀୟ ସରପଞ୍ଚଙ୍କ ପୁଅ ସନ୍ଦୀପ ତ୍ରୀପାଠୀ ଡାକ୍ତରଙ୍କୁ ତାଙ୍କ ରୁମରେ ତାଲା ପକାଇ ଦେଇଥିଲେ । ଯାହାଦ୍ବାରା କିଛି ସମୟ ପାଇଁ ଡାକ୍ତାରଖାନାରେ ସ୍ବାସ୍ଥ୍ୟସେବା ପ୍ରଭାବିତ ହୋଇଥିଲା । ତେବେ ଡ଼ାକ୍ତରଙ୍କୁ ତାଲା ପକାଇବା ଓ ଦୁର୍ବ୍ୟବହାର କରିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାସହ ଅଭିଯୁକ୍ତକୁ ଗିରଫ କରିବାନେଇ ଦାବି ହୋଇଛି ।
Comments are closed.