ମୁମ୍ବଇ : ଅକ୍ଷୟ କୁମାରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ହାଉସଫୁଲ-୪’ର ଟ୍ରେଲର ଶୁକ୍ରବାର ରିଲିଜ୍ ହୋଇଛି। ଏଥିରେ ଅକ୍ଷୟଙ୍କ ସମେତ ଏକାଧିକ ପ୍ରସିଦ୍ଧ କଳାକାର ଅଭିନୟ କରିଛନ୍ତି। ରିତେଶ ଦେଶମୁଖ, ବବି ଦେଓଲ, ରାଣା ଦଗୁବତୀ, କୃତି ସେନନ, କୃତି ଖରବନ୍ଦା ଓ ପୂଜା ହେଗଡ଼େ ପ୍ରମୁଖ କଳାକାର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ନବାଜୁଦ୍ଦିନ ସିଦ୍ଦିକୀ ମଧ୍ୟ ଚଳଚ୍ଚିତ୍ରରେ ଏକ ବିଶେଷ ଚରିତ୍ରରେ ଅଭିନୟ କରିଛନ୍ତି। ଟ୍ରେଲରରେ ସମସ୍ତଙ୍କ ଝଲକ୍ ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଟ୍ରେଲରକୁ ଖୁବ୍ ଭଲ ପ୍ରତିକ୍ରିୟା ମିଳିବାରେ ଲାଗିଛି। ‘ହାଉସଫୁଲ-୪’ ନିଶ୍ଚିତ ରୂପେ ବକ୍ସ ଅଫିସରେ ହାଉସଫୁଲ ହେବ ବୋଲି ମଧ୍ୟ ଲୋକେ ମତ ଦେଉଛନ୍ତି। ଫରହାଦ ସମଜୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ୨୫ ଅକ୍ଟୋବରରେ ପରଦାକୁ ଆସିବ।
Popular Categories



