ଟ୍ରେନ୍‍ ଦୁର୍ଘଟଣାର ଆଗୁଆ ସୂଚନା ଦେବ ବ୍ଲାକ୍‍ ବକ୍ସ

0

ଲକ୍ଷେ୍ନø: ଏଣିକି ବିମାନ ପରି ଟ୍ରେନ୍‍ରେ ମଧ୍ୟ ଲାଗିବ ବ୍ଲାକ୍‍ ବକ୍ସ। ଏହାଦ୍ୱାରା ବଡ଼ ଧରଣର ଦୁର୍ଘଟଣାର କାରଣ ସମ୍ପର୍କରେ ଆଗୁଆ ଓ ସବିଶେଷ ତଥ୍ୟ ମିଳିପାରିବ। ପ୍ରାଥମିକ ପର୍ଯ୍ୟାୟରେ ସ୍ମାର୍ଟ ଟ୍ରେନ୍‍ କୋଚ୍‍ ବା ଅତି ଦ୍ରୁତ ଓ ବିଳାସପୂର୍ଣ୍ଣ ଟ୍ରେନ୍‍ ବଗିରେ ଏହା ଲାଗିବାକୁ ଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତ ଟ୍ରେନ୍‍ରେ ଲଗାଇବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ପରୀକ୍ଷାମୂଳକ ଭାବେ ରାଏ ବରେଲୀର ବଗି କାରଖାନାରେ ଗତ ଶୁକ୍ରବାର ଏହାର ଉପଯୋଗ କରାଯାଇଛି। ବିମାନରେ ଲାଗୁଥିବା ବ୍ଲାକ୍‍ବକ୍ସଠାରୁ ଟ୍ରେନ୍‍ରେ ଲାଗିବାକୁ ଥିବା ବ୍ଲାକବକ୍ସ ଉନ୍ନତମାନର ବୋଲି ରେଳବାଇର ଇଞ୍ଜିନିୟରମାନେ ଦାବି କରିଛନ୍ତି। ଏହାର ବିଶେଷତ୍ୱ ହେଉଛି କୌଣସି ଯାନ୍ତ୍ରିକ ତ୍ରୁଟି ଜନିତ ଦୁର୍ଘଟଣା ସମ୍ପର୍କରେ ପ୍ରାକ୍‍ ସୂଚନା ମିଳିପାରିବ। ଫଳରେ ରେଳ ଧାରଣା ବିଚ୍ୟୁତ ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିବ। ସେହିପରି ଟ୍ରେନ୍‍ର ଆଭ୍ୟନ୍ତରୀଣ ବିଦ୍ୟୁତ ତାରର ଉତ୍ତାପ ଓ କାର୍ଯ୍ୟଦକ୍ଷତା ମାପି ସଠିକ୍‍ ସୂଚନା ଦେବ। ଏହାଦ୍ୱାରା ସର୍ଟ ସର୍କିଟ୍‍ ଜନିତ ଦୁର୍ଘଟଣାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ। ଏୟାର କଣ୍ଡିସନ୍‍ରେ ତ୍ରୁଟି ବିଚ୍ୟୁତି ଦେଖାଦେଲେ ଯାତ୍ରୀଙ୍କୁ ତୁରନ୍ତ ସତର୍କ ସୂଚନା ଦେବ।

Leave A Reply