www.samajalive.in
Sunday, December 7, 2025
16.1 C
Bhubaneswar

ବୁର୍ଲା ଡାକ୍ତରଖାନାରୁ ୫ ଦଲାଲ ଗିରଫ

ବୁର୍ଲା : ବୁର୍ଲା ବଡ଼ ଡାକ୍ତରଖାନାରୁ ଗୁରୁବାର ୫ ଜଣ ଦଲାଲଙ୍କୁ ପୁଲିସ ଗିରଫ କରିଛି। ସେମାନେ ବୁର୍ଲା ଡାକ୍ତରଖାନାରୁ ରୋଗୀମାନଙ୍କୁ ପ୍ରଲୋଭିତ କରାଇ ବିଭିନ୍ନ ଘରୋଇ ଡାକ୍ତରଖାନାକୁ ପଠାଉଥିଲେ।
ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଡାକ୍ତରଖାନାକୁ ଦଲାଲ୍‍ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରି ବୁର୍ଲା ପୁଲିସ ଏହି ଦଲାଲମାନଙ୍କୁ ଗିରଫ କରିଛି। ଗିରଫ ୫ ଜଣ ଦଲାଲ ହେଉଛନ୍ତି, ଦାରାସିଂହ ଲୁହା(୩୫), ଅମିତ କୁମ୍ଭାର(୨୩), ଅଶୋକ ବାଗ୍‍(୨୫), କୈଳାଶ ସୁନା(୪୦) ଓ ଲାବା ସେଣ୍ଡ୍ରିଆ(୩୦)। ଆଗକୁ ଏହି ଅଭିଯାନକୁ ଜୋରଦାର କରାଯିବ ବୋଲି ଜଣାପଡ଼ିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories