ଆଜି ଓଜେଇଇ : ୮୧ କେନ୍ଦ୍ରରେ ୪୮,୩୧୬ ପରୀକ୍ଷାର୍ଥୀ

0

ଭୁବନେଶ୍ୱର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆସନ୍ତାକାଲି(ରବିବାର) ଅନୁଷ୍ଠିତ ହେବ। ୩୦ଟି ଜିଲା ସଦର ମହକୁମା ସହରରେ ୪୮, ୩୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ରାଜ୍ୟରେ ୮୧ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ଭୁବନେଶ୍ୱରରେ ୨୦ଟି କେନ୍ଦ୍ର କରାଯାଇଛି ବୋଲି ଓଜେଇଇ ସେକ୍ରେଟାରି ଡ.ରଞ୍ଜନ ଜେନା ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ସିଇଟି, ଡିଏଭି ପବ୍ଲିକ୍‌ ସ୍କୁଲ, ଉତ୍କଳ ବିଶ୍ୱବିଦ୍ୟାଳୟ, ବିଜେବି କଲେଜ, ରାଜଧାନୀ କଲେଜ, ମହର୍ଷି କଲେଜ, ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ଜାଭିୟର୍‌ ହାଇସ୍କୁଲ ଆଦିରେ କେନ୍ଦ୍ର ହୋଇଛି। କଟକରେ ୯ଟି କେନ୍ଦ୍ର ହୋଇଥିବାବେଳେ ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ସମସ୍ତ ଜିଲା ସଦର ମହକୁମାରରେ ପରୀକ୍ଷା କେନ୍ଦ୍ର କରାଯାଇଛି।

ଓଜେଇ ପରୀକ୍ଷା ୨ଟି ସିଟିଂରେ ଅନୁଷ୍ଠିତ ହେବ। ପ୍ରଥମ ସିଟିଂ୯ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ୨ୟ ସିଟିଂ ପରୀକ୍ଷା ଅପରାହ୍ମ ୨ଟାରୁ ଆରମ୍ଭ ହୋଇ ୪ଟାରେ ସରିବ। ପରୀକ୍ଷା ଆରମ୍ଭ ଘଣ୍ଟାଏ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରରେ ପହଞ୍ଚିବାକୁ ଓଜେଇଇ କର୍ତ୍ତୃପକ୍ଷ ନିର୍ଦେଶ ଜାରି କରିଛନ୍ତି।

Leave A Reply