ଆମେରିକା ରାଷ୍ଟ୍ରଦୂତଙ୍କ ଗତିବିଧି ଉପରେ ପାକିସ୍ତାନର କଟକଣା

0

ଇସଲାମାବାଦ : ପାକିସ୍ତାନ ସରକାର ଆମେରିକାର କୂଟନୀତିଜ୍ଞଙ୍କ ଗତିବିଧି ଉପରେ କଟକଣା ଲାଗୁ କରିଛନ୍ତି। ଏହା ପୂର୍ବରୁ ଆମେରିକା ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଗତିବିଧି ଉପରେ କଟକଣା ଲାଗୁ କରିଥିଲା। ଆମେରିକାରେ ପାକ୍‍ କୂଟନୀତିଜ୍ଞଙ୍କୁ ନିଯୁକ୍ତି ସ୍ଥଳଠାରୁ ୨୫ମାଇଲ ବାହାରକୁ ଯିବାକୁ ବାରଣ କରାଯାଇଛି। ଏହାର ଜବାବରେ ପାକିସ୍ତାନ ଆମେରିକାର କୂଟନୀତିଜ୍ଞଙ୍କ ଉପରେ କଟକଣା ଲଗାଇଛି। ଫଳରେ ଆମେରିକା ଓ ପାକିସ୍ତାନ କୂଟନୀତିଜ୍ଞ ସମ୍ପର୍କ ଅଧିକ ତିକ୍ତ ହେବାରେ ଲାଗିଛି। ପାକ୍‍ ବିଦେଶ କାର୍ଯ୍ୟାଳୟ ମୁଖପାତ୍ର ଡ. ମୋହମ୍ମଦ ଫୈଜାଲ ଶୁକ୍ରବାର ଏହାର ସୂଚନା ଦେଇ କହିଛନ୍ତି ଯେ ଉଭୟ ରାଷ୍ଟ୍ର ପରସ୍ପରର କୂଟନୀତିଜ୍ଞଙ୍କ ଗତିବିଧି ଉପରେ କଟକଣା ଲାଗୁ କରିଛନ୍ତି। ପାକିସ୍ତାନରେ ନିଯୁକ୍ତ ଆମେରିକା କୂଟନୀତିଜ୍ଞ ବାରମ୍ବାର କୌଣସି ଏକ ସ୍ଥାନକୁ ଯାଇପାରିବେ ନାହିଁ କି ମୁକ୍ତ ଭାବେ ବୁଲି ପାରିବେ ନାହିଁ । କୌଣସି ସ୍ଥାନକୁ ଏକାଧିକ ଥର ଯିବାକୁ ହେଲେ ଇସଲାମାବାଦରୁ ଅନୁମତି ନେବାକୁ ପଡ଼ିବ । ୧୧ ମେ’ରୁ ପାକିସ୍ତାନରେ ଏହି କଟକଣା ଲାଗୁ କରାଯିବ।

Leave A Reply