ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ‘ତିଲକ ଆତଙ୍କବାଦର ପିତା’

0

ଜୟପୁର : ରାଜସ୍ଥାନର ସ୍କୁଲମାନଙ୍କରେ ଅଷ୍ଟମ ଶ୍ରେଣୀର ପଢାଯାଉଥିବା ଏକ ଇଂରାଜୀ ପାଠ୍ୟ ପୁସ୍ତକରେ ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକ୍‍ଙ୍କୁ ଆତଙ୍କବାଦର ଜନକ ବା ପିତା ବୋଲି କୁହାଯାଇଛି। ରାଜସ୍ଥାନର ଅନେକ ସ୍କୁଲ ଛାତ୍ରଛାତ୍ରୀ ଏହାକୁ ପାଠ୍ୟ ପୁସ୍ତକ ଭାବେ ପଢୁଛନ୍ତି। ଏକ ଘରୋଇ ପ୍ରକାଶକଙ୍କ ଏହି ଇଂରାଜୀ ପାଠ୍ୟ ପୁସ୍ତକକୁ ରାଜସ୍ଥାନ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଖାରଜ କରିଦେଇଥିବା କୁହାଯାଇଛି। କିନ୍ତୁ ଏବେ ବି ଅନେକ ସ୍କୁଲରେ ଏହି ବହି ପଢାଯାଉଥିବା ଦେଖିବାକୁ ମିଳୁଛି। ପ୍ରକାଶକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ବି ନିଆଯାଇନାହିଁ। ପ୍ରକାଶକ ଏହାକୁ ଅନୁବାଦର ତ୍ରୁଟି ବୋଲି ଦର୍ଶାଇ ସଂଶୋଧନ କରାଯିବ ବୋଲି କହିଛନ୍ତି। କଂଗ୍ରେସ ଏହି ବହିକୁ ସ୍କୁଲ ପାଠ୍ୟକ୍ରମରୁ ହଟାଇବାକୁ ଦାବି କରିଛି। ରାଜସ୍ଥାନ ସ୍କୁଲମାନଙ୍କରେ ଅଷ୍ଟମ ଶ୍ରେଣୀରେ ପଢାଯାଉଥିବା ସୋସିଆଲ ଷ୍ଟଡିଜ୍‍ (ସାମାଜିକ ପାଠ୍ୟକ୍ରମ) ନିମନ୍ତେ ଷ୍ଟୁଡେଣ୍ଟ ଆଡଭାଇଜର ପପ୍ଲିକେସନ ପ୍ରାଇଭେଟ ଲିମିଟେଡ୍‍ ପକ୍ଷରୁ ଏକ ବହି ପ୍ରକାଶ ପାଇଛି। ଏହି ବହିର ୨୨ତମ ଅଧ୍ୟାୟ ‘ଜାତୀୟ ଆନ୍ଦୋଳନରୁ କିଛି’ର ୨୬୭ ନମ୍ବର ପୃଷ୍ଠାରେ ବାଲ ଗଙ୍ଗାଧର ତିଲକଙ୍କୁ ଆତଙ୍କବାଦର ଜନକ ବୋଲି କୁହାଯାଉଥିବା ଲେଖାଯାଇଛି।

Leave A Reply