ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର ମାମଲାରେ ଶିକ୍ଷକ ଗିରଫ

ଖୁଣ୍ଟା: ମୟୁରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକର ଭଣ୍ଡଗାଁ ସରକାରୀ ହାଇସ୍କୁଲ ସହକାରୀ ଶିକ୍ଷକ ପରେଶ ପାତ୍ରଙ୍କୁ ପୁଲିସ ଶନିବାର ଗିରଫ କରିଛି। ପରେଶଙ୍କ ବିରୋଧରେ ଧମକ ଦେବା, ଜାତିଆଣ ଆକ୍ଷେପ, ଶିକ୍ଷୟିତ୍ରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ବାବଦରେ ଗତ ଅଗଷ୍ଟ ମାସରେ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଲିଖିତ ଆଭିଯୋଗ କ୍ରମେ ଖୁଣ୍ଟା ପୁଲିସ ଏକ ମାମଲା ରୁଜୁକରିଥିଲା । ଗତ ୧୬-୦୯-୨୦୧୯ ତାରିଖରେ ଗୋପବନ୍ଧୁନଗର ବ୍ଲକ ଶିକ୍ଷାଧିକାରୀ ତାଙ୍କୁ ନିଲମ୍ବନ କରିଥିଲେ। ତେବେ ୧୯ ତାରିଖରେ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁକେଶ୍ୱର ମଢେଇ, ଉପାଧ୍ୟକ୍ଷ ମାନସ ରଞ୍ଜନ ମହାରଣା ଓ ତାଙ୍କର ସମର୍ଥକ ମାନେ ବିଇଓଙ୍କ ନିକଟରେ ଦାବି କରିଥିଲେ । କାର୍ୟ୍ୟାଳୟ ଭିତରେ ବିବାଦୀୟ ପରିସ୍ଥିତି ଉପୁଜିଥିବା ବେଳେ ସେହିଦିନ ଅଧ୍ୟକ୍ଷ ଶ୍ରୀ ମଢେଇ ତାଙ୍କୁ ଜାତିଆଣ ଆକ୍ଷେପ କରାଯାଇଥିବା ନେଇ ବିଇଓ ଶ୍ରୀ ପ୍ରଧାନଙ୍କ ବିରୋଧରେ ଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ। ଅପରପକ୍ଷେ ବିଇଓଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇ କର୍ମଚାରୀ ମାନେ ନିର୍ଦ୍ଧାରିତ ସମୟରେ କାର୍ୟ୍ୟାଳୟକୁ ଆସୁନଥିବା ଅଭିଯୋଗ କରିଥିଲେ ଓ ତାଙ୍କ ଠାରୁ ସ୍ବୀକାରୋକ୍ତି ଲେଖେଇନେବା ପରେଶ ପାତ୍ର ଉପରୁ ନିଲମ୍ବନ ହଟାଇବାକୁ ଦାବି କରିଥିଲେ । ସେମାନେ ସିସି ଟିଭି କ୍ୟାମେରା ମଧ୍ୟ ବନ୍ଦ କରିଦେଇଥିଲେ ବୋଲି ଅଭିଯୋଗ କରିବା ସହ ଏହା ପଛରେ ନିଲମ୍ବିତ ଶିକ୍ଷକଙ୍କ ହାତଥିବା ବାବଦରେ ବିଇଓ ଶ୍ରୀ ପ୍ରଧାନ ୨୦-୦୯-୨୦୧୯ ତାରିଖ ଶୁକ୍ରବାର ଦିନ ଥାନାରେ ଅଧ୍ୟକ୍ଷ ଓ ଅନ୍ୟମାନଙ୍କ ନାମରେ ପାଲଟା ଅଭିଯୋଗ କରିଥିଲେ । ପୁଲିସ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରିବା ପରେ ଆଜି ୨୧-୦୯-୨୦୧୯ ଶନିବାର ସକାଳେ ପରେଶ ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

kalyan agarbati

Comments are closed.