ଟ୍ରେନଯାତ୍ରୀଙ୍କ ଜୀବନ ସହ ଖେଳ ଖେଳୁଛି ରେଳ ବିଭାଗ

0

ଲୋଇସିଂହା: ଲୋଇସିଂହା ରେଳଷ୍ଟେସନରେ ବିପଦରେ ଯାତ୍ରୀଙ୍କ ଜୀବନ। ବିଭିନ୍ନ ସମୟରେ ଯାତ୍ରୀ ଉହ୍ଲାଇବା ପାଇଁ ରେଳଷ୍ଟେସନରେ ଅଟକୁଥିବା ଟ୍ରେନ ଗୁଡିକର ଠିକ ପରିଚାଳନା କରାଯାଉନଥିବାରୁ କେତେବେଳ କଣ ଅଘଟଣ ଘଟିବ ତାହା କହିବା ମୁସ୍କିଲ। ପ୍ରାୟତଃ ଟ୍ରେନ ଗୁଡିକ ୧ କିମ୍ବା ୨ ନଂ ପ୍ଲାଟଫର୍ମରେ ନରହି ମଝିରେ ଥିବା ରେଳ ଲାଇନ ଉପରେ ଅଟକାଯାଉଥିବା ଦେଖିବାକୁ ମିଲିଛି। ଫଳରେ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ମାନେ ହଇରାଣ ହୋଇ ଟ୍ରେନରୁ ଓହ୍ଲାଇଉଥିବା ଦେଖିବାକୁ ମିଲିଛି।
ଗୁରୁବାର ସଂଧ୍ୟା ୭ଟା ସମୟରେ ଲୋଇସିଂହା ରେଳଷ୍ଟେସନରେ ବଲାଙ୍ଗିର ପଟୁ ପହଞ୍ଚିଥିଲା ସମ୍ବଲପୁର – କୋରାପୁଟ ଏକ୍ସପ୍ରେସ। ଟ୍ରେନଟି ପ୍ଲାଟଫର୍ମର ମଝିରେ ଥିବା ରେଳଲାଇନରେ ଅଟକିଥିଲା। ଟ୍ରେନରେ ଥିବା ଯାତ୍ରୀ ମାନେ ସେଠାରେ ଓହ୍ଲାଇ ୧ନମ୍ବର ଲାଇନ ଅତିକ୍ରମ କରି ପ୍ଲାଟଫର୍ମକୁ ଆସିଥିଲେ ଯାତ୍ରୀମାନେ। ସେହି ସମୟରେ ସମ୍ବଲପୁର ପଟରୁ ବିଲାସପୁର-ରାୟପୁର ଟ୍ରେନ ୧ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା। ବହୁ ଯାତ୍ରୀ ପ୍ଲାଟଫର୍ମକୁ ପହଞ୍ଚିନଥିବା ବେଳେ ଟ୍ରେନ ଆସିଯିବାରୁ ବେଶ ହଟହଟା ହୋଇଥିଲେ ଯାତ୍ରୀ ମାନେ। ଏହା କେବଳ ଗୋଟିଏ ଦିନର ଦୃଶ୍ୟ ନୁହଁ ଏହା ଲୋଇସିଂହା ରେଳଷ୍ଟେସନରେ ନିତିଦିନିଆ ଦୃଶ୍ୟ। ବ୍ୟବସାୟିକ ଦୃଷ୍ଟିରୁ ଭଲ ଲାଭ ଦେଉଥିବା ଏହି ରେଳଷ୍ଟେସନକୁ ଆଦର୍ଶଷ୍ଟେସନର ମାନ୍ୟତା ମିଲିଛି। ଏକାସଙ୍ଗେ ବିପରୀତି ଦିଗରୁ ଦୁଇଟି ଟ୍ରେନ ଯାଆସ କରୁଥିବାରୁ ଏହିଭଳି ପରିସ୍ଥିତି ଦେଖିବାକୁ ମିଲୁଥିବା ଜଣାପଡିଛି। ଜାଣିଶୁଣି ରେଳ ବିଭାଗ ଯାତ୍ରୀ ମାନଙ୍କ ଜୀବନକୁ ବିପଦକୁ ଠେଲିଦେଉଥିବା ବେଳେ ରେଳଷ୍ଟେସନର ଦୁଇ ନମ୍ବର ପ୍ଲାଟଫର୍ମ ମଧ୍ୟ ନିର୍ମାଣ କାମ ସଂପୂର୍ଣ୍ଣ ହୋଇସାରିଛି। କିନ୍ତୁ ତାହା କାର୍ୟ୍ୟକ୍ଷମ ହୋଇନଥିବାରୁ ବିଗତ କିଛି ମାସ ହେଲା ଏହିଭଳି ଭାବେ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ମାନେ ଟ୍ରେନରୁ ଉହ୍ଲାଉଥିବା ଅଭିଯୋଗ ହୋଇଛି। ଏଥିପ୍ରତି ରେଳ ବିଭାଗ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।

kalyan agarbati
Leave A Reply