www.samajalive.in
Saturday, December 13, 2025
23.1 C
Bhubaneswar

ସମ୍ପର୍କରେ ଲଜ୍ଜା; ଜନ୍ମ କଲା ଝିଅ ସହ ପାପ କଲା ବାପ

କାଲିମେଳା: ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ କଇମେଟଲା ପଞ୍ଚାୟତର ଏମଭି-୬୭ ଗ୍ରାମରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ବାପା ତାର ୧୩ ବର୍ଷର ଝିଅ ସହ ଦୁଷ୍କର୍ମ କରିଥିବା କାଲିମେଳା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଏମଭି-୬୭ ଗ୍ରାମର ଗୋଲକ ବିଶ୍ୱାସ ନିଜ ଝିଅ ସହ ଦୁଷ୍କର୍ମ କରିଥିବା ନେଇ ନିଜେ ପୀଡିତା କାଲିମେଳା ଥାନାରେ ଅଭିଯୋଗ କରିଛନ୍ତି। ପିଡୀତାଙ୍କୁ ନିଜ ବାପା ଗତ ସୋମବାର ଦିନ ମାମୁଁ ଘରୁ (ଏମପିଭି-୨୩) ଗ୍ରାମରୁ ମୋଟରସାଇକେଲରେ ନିଜ ଗ୍ରାମ ଅଭିମ୍ମୁୁଖେ ଆଣିଥିଲେ କିନ୍ତୁ ସେ ମୁଖ୍ୟ ରାସ୍ତା ବଦଳରେ ଅନ୍ୟ ଏକ ରାସ୍ତାରେ ଆଣି ଭେଙ୍କଟାପଲମ ନିକଟ ପାହାଡ ନିକଟରେ ଦୁଷ୍କର୍ମ କରିଥିବା ପିଡୀତା ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ କାହାକୁ କିଛି ନକହିବା ପାଇଁ ବାପା ଝିଅକୁ ଧମକ ଦେଇଥିବା ପିଡୀତା ପ୍ରକାଶ କରିଛନ୍ତି।

ପରେ ଝିଅ ନିଜ ମାକୁ ଘଟଣା ସମ୍ପର୍କରେ ଜଣାଇବା ପରେ ଗ୍ରାମବାସୀଙ୍କ ସହାୟତାରେ ବାପା ନାମରେ ଏତଲା ଦେଇଥିଲେ ଓ ଚାଇଲ୍ଡ କାଇନକୁ ଖବର ଦେଇଥିଲେ। କାଲିମେଳା ପୋଲିସ ଥାନା କେଶନଂ ୧୪୨/୧୯ରେ ଏକ ମାମଲା ରୁଜୁ କରି ଦଫା ୨୯୪, ୪୨୭, ୩୭୬(୩), ୨୭୬(୨) ଏବଂ ୫୦୬ ଆଇପିସିରେ ମାମଲା ରୁଜୁ କରିଛି। ତେବେ ଅଭିଯୁକ୍ତ ବାପା ଫେରାର ଥିବାରୁ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇପାରିନାହିଁ। ପିଡୀତାଙ୍କୁ କାଲି ଡାକ୍ତରୀ ମାଇନା କରାଯିବ ବୋଲି ଜଣାପଡିଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories