ସାଉଦି ଆରାମ୍‌କୋ ଉପରେ ଡ୍ରୋନ୍‌ ଆକ୍ରମଣ ଘଟଣା; ମହଙ୍ଗା ହୋଇପାରେ ଅଶୋଧିତ ତୈଳ

ତୈଳ ଯୋଗାଣ ନେଇ ଆଶଙ୍କାରେ ଭାରତ

0

ନୂଆଦିଲ୍ଲୀ: ସାଉଦି ଆରବର ​ତୈଳ କମ୍ପାନୀ ସାଉଦୀ ଆରାମ୍‌କୋ ଉପରେ ହୋଇଥିବା ଡ୍ରୋନ୍‌ ଆକ୍ରମଣର ପ୍ରଭାବ ବିଶ୍ବ ତୈଳ ବଜାର ଉପରେ ପଡ଼ିବାକୁ ଯାଉଛି । ଉପସାଗରୀୟ କ୍ଷେତ୍ରରେ ଲାଗି ରହିଥିବା ଉତ୍ତେଜନା ସହ ବିଶ୍ବର ଏହି ବୃହତ୍‌ ତୈଳ ଉତ୍ପାଦନକାରୀ କମ୍ପାନୀରେ ଆକ୍ରମଣ ଯୋଗୁ ହୋଇଥିବା କ୍ଷତି କାରଣରୁ ତୈଳ ଉତ୍ପାଦନ ବ୍ୟାହତ ହୋଇଛି । ସମଗ୍ର ବିଶ୍ବର ମୋଟ ତୈଳ ଯୋଗାଣ ୫% ସାଉଦୀ ଆରାମ୍‌କୋ ଦ୍ବାରା ହୋଇଥାଏ । ଉତ୍ପାଦନ ପ୍ରଭାବିତ ଯୋଗୁ ଆଗକୁ ବଜାରରେ ଅଶୋଧିତ ତୈଳ ମହଙ୍ଗା ହେବାର ସମ୍ଭାବନା ରହିଛି। ଏଥିଯୋଗୁ ତୈଳ ଦର ବ୍ୟାରେଲ ପିଛା ୬-୭ ଆମେରିକୀୟ ଡଲାର ବୃଦ୍ଧି ଘଟିପାରେ। ଅନ୍ୟପକ୍ଷରେ ଏହି ଘଟଣା ପରେ ସାଉଦି ଆରବରୁ ଭାରତକୁ ତୈଳ ଯୋଗାଣ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।
ସାଉଦି ଆରାମ୍‌କୋ ଉପରେ ଆକ୍ରମଣ ଫଳରେ ବିଭିନ୍ନ ରାଷ୍ଟ୍ରକୁ ତୈଳ ଯୋଗାଣ ବ୍ୟାହତ ହୋଇଛି। ସାଉଦିଆରବର ତୈଳ ଉତ୍ପାଦନ କ୍ଷମତା ଦୈନିକ ୯.୮ ନିୟୁତ ବ୍ୟାରେଲ। ବିଶ୍ବରେ ଯୋଗାଣ କରାଯାଉଥିବା ​‌ସମୁଦାୟ ତୈଳର ଏହା ୫ପ୍ରତିଶତ । ଏହି ଦୃଷ୍ଟିର ବିଶ୍ବରେ ତୈଳ ଉତ୍ପାଦନ କ୍ଷେତ୍ରରେ ସାଉଦି ଆରାମ୍‌କୋର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ା ଏହି ଘଟଣା ପରେ ​ତୈଳ ​‌ଯୋଗାଣ ବ୍ୟାହତ ହୋଇଥିବା ଦୃଷ୍ଟିରୁ ​‌‌ସୋମବାର ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଯଥେଷ୍ଟ ବୃଦ୍ଧି ଘଟିବା ଅନୁମାନ କରାଯାଉଥିବା ଏମ୍‌.କେ. ଗ୍ଲୋବାଲ ପକ୍ଷରୁ କୁହାଯାଇଛି । ପୂର୍ବରୁ ଏଭଳି ଘଟଣା ପରେ ବଜାରରେ ଅଶୋଧିତ ତୈଳ ଦର ୫% ବୃଦ୍ଧି ଘଟିଥାଏ । ରିପୋର୍ଟ ଅନୁଯାୟୀ, ଏହାର ପ୍ରଭାବରେ ତୈଳ ଦର ବ୍ୟାରେଲ ପିଛା ୬-୭ ଆମେରିକୀୟ ଡଲାର ବୃଦ୍ଧି ଘଟିପାରେ । ଚଳିତମାସ ୧୩ରେ ବଜା ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ବ୍ୟାରେଲ ପିଛା ୬୦-୨୨ ଡଲାର ରହିଥିବାବେଳେ ବର୍ତ୍ତମାନ ଏହା ବ୍ୟାରେଲ ପିଛା ୬୫-୬୭ ଡଲାରକୁ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ଏଡାଛଡା ଯଦି ପ୍ରଭାବିତ କାର୍ଯ୍ୟକୁ ତୁରନ୍ତ ବ୍ୟବସ୍ଥିତ କରାଯାଏ ତେବେ ତୈଳ ଦର ସ୍ଥିର ରହିପାରେ ​‌​‌ବୋଲି ରି​‌ପୋର୍ଟରେ କୁହାଯାଇଛି ।
ଅନ୍ୟପକ୍ଷରେ ବିଶ୍ବର ତୃତୀୟ ବୃହତ୍‌ ତୈଳ ଆମଦାନୀକାରୀ ରାଷ୍ଟ୍ର ଭାରତକୁ ଏହି ଘଟଣା ପରେ ତୈଳ ଯୋଗାଣ ବ୍ୟାହତ ହେବା ଆଶଙ୍କା କରାଯାଉଛି । ତେଣୁ ଭାରତ ଏହି ପରିସ୍ଥିତି ଉପରେ ସମ୍ପ୍ରତି ତୀକ୍ଷ୍‌ଣ ନଜର ରଖିଛି । ତେବେ ଯଦି ଏହା ହୁଏ ​‌ତେବେ ସମ୍ପ୍ରତି ଆ​ମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ଏବଂ ଷ୍ଟକ ବଜାରର ବିପରୀତ ପରିସ୍ଥିତିକୁ ନେଇ ମାନ୍ଦାବସ୍ଥା ସହ ଯୁଶୁଥିବା ଭାରତ ଆଗରେ ଏହା ଅଧିକ ଆହ୍ବାନ ସୃଷ୍ଟି କରିବ, ଯାହା ମୋଦୀ ସରକାରଙ୍କ ପାଇଁ ଅଡୁଆ ବଢାଇବ । ଅନ୍ୟପକ୍ଷରେ ସାଉଦି ଆରାମ୍‌କୋ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ବି​ଶୋଧନାଗାରଗୁଡିକୁ ତୈଳ ଯୋଗାଣ ପ୍ରଭାବିତ ହେବନାହିଁ । ବର୍ତ୍ତମାନ କମ୍ପାନୀଗୁଡିକ ନିକଟରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ ମହଜୁଦ ରହିଛି । କମ୍ପାନୀ ଅନ୍ୟତ୍ର ସୂତ୍ରରୁ ତୈଳ ​‌ଯୋଗାଣ ଜାରି ରଖିବ। ସୂଚନାଯୋଗ୍ୟ, ରବିବାର ସାଉଦି ଆରବର ​‌ତୈଳ କମ୍ପାନୀ ସାଉଦୀ ଆରାମ୍‌କୋର ଦୁଇଟି ପ୍ଲାଣ୍ଟ ଉପରେ ଡ୍ରୋନ୍‌ ଆକ୍ରମଣ ହୋଇଥିଲା।

kalyan agarbati
Leave A Reply