ଲାଇସେନ୍ସ ପାଇଁ ଖୋଲିବ ୫ଟି ଅତିରିକ୍ତ କେନ୍ଦ୍ର
ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ପାଇଁ ଖୋଲିବ ୫ଟି ଅତିରିକ୍ତ କେନ୍ଦ୍ର। ଭୁବନେଶ୍ୱରରେ ୪ଟି ଏବଂ ଖୋର୍ଦ୍ଧାରେ ଗୋଟିଏ କେନ୍ଦ୍ର ଖୋଲିବା ନେଇ ସୂଚନା ଦେଲେ ପରିବହନ ସଚିବ ଜି.ଶ୍ରୀନିବାସ। ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବାପରେ ଗାଡିର କାଗଜ ପତ୍ର ଏବଂ ଡ୍ରାଇଭିଂ ଲାଇସେନ୍ସ ପାଇଁ ଭିଡ ଲାଗିରହୁଥିବାରୁ ଭୁବନେଶ୍ୱର ଆରଟିଓ-୧ ଏବଂ ଆରଟିଓ-୨ ବାଦ ମୋଟ ୫ଟି ଅତିରିକ୍ତ କେନ୍ଦ୍ର ଖୁବ ଶିଘ୍ର ଖୋଲିବାକୁ ଏହି ନିଷ୍ପତି ନିଆଯାଇଥିବା ପରିବହନ ସଚିବ କହିଛନ୍ତି। ଏହି ଅତିରିକ୍ତ କେନ୍ଦ୍ରରେ କେବଳ ଲର୍ଣ୍ଣର ଲାଇସେନ୍ସ ଦିଆଯିବ। ରାଜ୍ୟର ଅନ୍ୟ ସହର ମାନଙ୍କରେ ଭିଡକୁ ଦୃଷ୍ଟରେ ରଖି ନିଷ୍ପତ୍ତି ନିଆଯିବ ବୋଲି ସଚିବ କହିଛନ୍ତି।