www.samajalive.in
Saturday, December 13, 2025
27.1 C
Bhubaneswar

କିନ୍ନର ବାଣ୍ଟିଲେ ସଡକ ସୁରକ୍ଷା ବାର୍ତ୍ତା

ଭୁବନେଶ୍ୱର : କେନ୍ଦ୍ର ସରକାର କରିଥିବା ନୂତନ ମୋଟର ଯାନ ଆଇନ୍‍-୨୦୧୯କୁ ନେଇ ଗାଡ଼ି ଚାଳକମାନଙ୍କୁ ସଚେତନ କରିବାକୁ ଯାଇ ଶୁକ୍ରବାର ଟିଜି ସୁରକ୍ଷା ଟ୍ରଷ୍ଟ ଓ ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗୀ ମହାସଂଘ ତରଫରୁ ଭୁବନେଶ୍ୱର ଏ.ଜି. ଛକଠାରେ ୧୦୦ରୁ ଅଧିକ କିନ୍ନରମାନେ ଏକାଠି ହୋଇ ପଥଚାରୀମାନଙ୍କୁ ସଡକ ସୁରକ୍ଷା ବାର୍ତ୍ତା ଦେଇଥିଲେ। ଶୁକ୍ରବାର ପୂବାହ୍ନ ୧୧ ଘଟିକା ସମୟରେ ଏ.ଜି.ଛକରୁ ରାଜମହଲ, କ୍ୟାପିଟାଲ ହସ୍ପିଟାଲ ରାସ୍ତା, ଗଭର୍ଣ୍ଣର ହାଉସ ରାସ୍ତା ଓ ସଚ୍ଚିବାଳୟ ମାର୍ଗ ଦେଇ ଯାଉଥିବା ପଥଚାରୀମାନଙ୍କୁ ଗାଡ଼ି ଚଳାଇବା ସମୟରେ ହେଲ୍ମେଏଟ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ନଚଳାଇବା, ଗାଡ଼ି ଚଳାଇବା ସମୟରେ ଅନ୍ୟମନସ୍କ ନହେବା, ମୋବାଇଲରେ ନ ଗପିବା, ସିଟ୍‍ ବେଲଟ ବାନ୍ଧିବା, ଗାଡ଼ି କାଗଜପତ୍ର ଡ୍ରାଇଭିଙ୍ଗ ଲାଇସେନ୍ସ ନିଜ ପାଖରେ ରଖିବା, ଦୁଇରୁ ଅଧିକ ବ୍ୟକ୍ତି ଦୁଇଚକିଆ ଯାନରେ ନଯିବା ଭଳି ବିଭିନ୍ନ ଆଇନ୍‍ ବିଷୟରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ଏଥି ସହିତ ଛୋଟ ଛୋଟ ପିଲାମାନଙ୍କୁ ଚକୋଲେଟ ଦେଇ ମଧ୍ୟ ସଚେତନ କରାଉଥିବା ସମୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସଚିବାଳୟରେ କାମ ସାରି ଏ.ଜି. ଛକ ଦେଇ ଫେରିବା ସମୟରେ କିନ୍ନରମାନଙ୍କ ଏହି ଟ୍ରାଫିକ୍‍ ସଚେତନତା କାର୍ୟ୍ୟକ୍ରମକୁ ଦେଖି ଯାଉଥିଲେ ।ଏହି କାର୍ୟ୍ୟକ୍ରମକୁ ବିଶିଷ୍ଟ କିନ୍ନର ସମାଜସେବୀ ମେନକା କିନ୍ନର ପରିଚାଳନା କରିଥିବା ବେଳେ ମହାସଂଘର ପ୍ରତିଷ୍ଠାତା ସଭପତି ତଥା ସମାଜସେବୀ ପ୍ରତାପ କୁମାର ସାହୁ, ସୁଇଟି ସାହୁ କାର୍ୟ୍ୟକ୍ରମକୁ ଆୟୋଜନ କରିଥିଲେ। ଏଥିରେ ଏ.ସି.ପି. ଜୋନ୍‍-୧ର ବିଷ୍ଣୁ ମୋହନ ପାତ୍ର ଓ ଟ୍ରାଫିକ୍‍ ଏ.ସି.ପି. କେ.କେ. ପାଣିଗ୍ରାହୀ ଯୋଗ ଦେଇ କିନ୍ନରମାନଙ୍କ ନୂତନ ମୋଟର ଯାନ ଆଇନ୍‍ ସଚେତନତା କାର୍ୟ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ଆଗକୁ ଆହୁରି ଜୋରଦାର ଟ୍ରାଫିକ୍‍ ସଚେତନତା କାର୍ୟ୍ୟକ୍ରମ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏହି କାର୍ୟ୍ୟକ୍ରମକୁ ବବି କିନ୍ନର, ଖୁସି କିନ୍ନର, ସୋନାଲି କିନ୍ନର, ମମତା, ରିୟା, ସାଗରିକା, ସୋନମଙ୍କ ସମେତ ବହୁ ଟ୍ରାଫିକ୍‍ କନେଷ୍ଟବଳ, ସମାଜସେବୀ, ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories