www.samajalive.in
Wednesday, December 10, 2025
18.1 C
Bhubaneswar

ଯୌନ ଶୋଷଣ ମାମଲାରେ ଚିନ୍ମୟାନନ୍ଦଙ୍କୁ ୮ ଘଣ୍ଟା ଜେରା, ଆଶ୍ରମ ସିଲ

ଶାହଜହାଁପୁର : ଶାହଜହାଁପୁର ଆଇନ ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଅଭିଯୁକ୍ତ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଗୁରୁବାର ରାତିରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ୮ ଘେଣ୍ଟା ଜେରା କରିଛି। ଏହାସହ ତାଙ୍କ ଶାହଜହାଁପୁରସ୍ଥିତ ଆଶ୍ରମକୁ ସିଲ୍‍ କରିଦିଆଯାଇଛି।

ସୂଚନା ଅନୁଯାୟୀ ଅଭିଯୋଗକାରିଣୀ ଛାତ୍ରୀଙ୍କୁ ନେଇ ଏସଆଇଟି ଚିନ୍ମୟାନନ୍ଦଙ୍କ ଦିବ୍ୟ ଆଶ୍ରମରେ ପହଞ୍ଚିଥିଲା। ଆଇନଶୃଙ୍ଖଳା ପାଇଁ ଆଶ୍ରମ ଫାଟକ ନିକଟରେ ବ୍ୟାପକ ପୁଲିସ୍‍ ଫୋର୍ସ ମୁତୟନ କରାଯାଇଥିଲା। ଶୁକ୍ରବାର ଆଶ୍ରମକୁ ସିଲ କରିଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ ପାଇଁ ଏକ ଏସଆଇଟି ଗଠନ କରିବାକୁ ନିର୍ଦେଶ ଦେଇଥିଲେ। ଏହାସହ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ମାମଲାକୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରିଦେଇଥିଲେ। ଯୌନ ଶୋଷଣ ଅଭିଯୋଗର ତଦନ୍ତ ଏସଆଇଟି ଦ୍ୱାରା ହେବ ଓ ଆହ୍ଲାବାଦ ହାଇକୋର୍ଟ ତଦନ୍ତ ଉପରେ ନଜର ରଖିବେ ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହି ମାମଲାରେ ହାଇକୋର୍ଟ ରାୟ ଦେବା ପର୍ଯ୍ୟନ୍ତ ଅଭିଯୋଗକାରିଣୀ ଛାତ୍ରୀ ଏବଂ ତାଙ୍କ ପରିବାର ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏହି କ୍ରମରେ ଛାତ୍ରୀ ଓ ତା ପରିବାର ଲୋକଙ୍କ ସୁରକ୍ଷା ବଢାଇ ଦିଆଯାଇଛି।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories