www.samajalive.in
Tuesday, December 9, 2025
26.1 C
Bhubaneswar

ରିଲିଜ୍‍ ହେଲା ‘ଭୂତ ପାର୍ଟ ୱାନ୍‍: ଦି ହଣ୍ଟେଡ଼୍‍ ଶିପ୍‍’ର ନୂଆ ପୋଷ୍ଟର

ମୁମ୍ବଇ : ଭିକି କୌଶଲଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଭୂତ ପାର୍ଟ ୱାନ୍‍: ଦି ହଣ୍ଟେଡ଼୍‍ ଶିପ୍‍’ର ନୂଆ ପୋଷ୍ଟର ଶୁକ୍ରବାର ରିଲିଜ୍‍ ହୋଇଛି। ଏହାସହିତ ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଚଳଚ୍ଚିତ୍ରର ଦୁଇ କଳାକାର ଭିକି କୌଶଲ ଓ ଭୂମି ପେଡନେକର ନିଜ ଇନ୍‍ଷ୍ଟାଗ୍ରାମରେ ଚଳଚ୍ଚିତ୍ରର ପୋଷ୍ଟର ଶେୟାର କରିଛନ୍ତି। ଏହା ଚଳିତ ବର୍ଷ ୧୫ ନଭେମ୍ବରରେ ମୁକ୍ତିଲାଭ କରିବ ବୋଲି ପୋଷ୍ଟରରେ ସୂଚନା ଦିଆଯାଇଛି। ପୋଷ୍ଟରରେ ଭିକିଙ୍କୁ ପାଣିରେ ଏକ ଭୂତ ଧରିଥିବା ଦେଖିବାକୁ ମିଳିଛି। ଭୂତର ଭୟାନକ ଚେହେରା ମଧ୍ୟ ଏଥିରେ ନଜର ଆସିଛି। ଭିକିଙ୍କ ମୁହଁରେ ଡରର ଛାୟା ପରିଷ୍କାର ଦେଖିବାକୁ ମିଳିଛି। ପୋଷ୍ଟରରେ ଭରପୁର ହରର୍‍ ତଡ଼୍‍କା ରହିଛି।
କରଣ ଜୋହର-ଶଶାଙ୍କ ଖେତନଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଭାନୁ ପ୍ରତାପ ସିଂହ ବହନ କରିଛନ୍ତି। ‘ଭୂତ ପାର୍ଟ ୱାନ୍‍: ଦି ହଣ୍ଟେଡ଼୍‍ ଶିପ୍‍’ ମାଧ୍ୟମରେ ଭିକି ପ୍ରଥମ ଥର ପାଇଁ ହରର୍‍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories