www.samajalive.in
Sunday, December 7, 2025
23.1 C
Bhubaneswar

ଭାରତ-କତାର ହାଇଡ୍ରୋକାର୍ବନ ସମ୍ପର୍କ ଆହୁରି ମଜବୁତ୍‍ ହେବ – ଧର୍ମେନ୍ଦ୍ର ପ୍ରଧାନ

କତାର/ଭୁବନେଶ୍ୱର – ବିଭିନ୍ନ କ୍ଷେତ୍ର ବିଶେଷ ଭାବରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ଭାରତ ଓ କତାର ମଧ୍ୟରେ ପାରସ୍ପରିକ ସହଯୋଗକୁ ମଜବୁତ୍‍ କରିବା ପାଇଁ କତାରର ପ୍ରଧାନମନ୍ତ୍ରୀ ସମ୍ମତି ଜଣାଇବା ଫଳରେ ଏବେ ଭାରତ ଓ କତାର ମଧ୍ୟରେ ହାଇଡ୍ରୋକାର୍ବନ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ପାଞ୍ଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତର ଅନ୍ତିମ ଦିନରେ କତାରର ପ୍ରଧାନମନ୍ତ୍ରୀ ଶେଖ୍‍ ଅବଦୁଲ୍ଲା ବିନ୍‍ ନାଜିର୍‍ ବିନ୍‍ଙ୍କ ସହ ଆଲୋଚନା ପରେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରଧାନ କତାରର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ଦୁଇ ଦେଶ କ୍ରେତା-ବିକ୍ରେତା ସମ୍ପର୍କ ମାଧ୍ୟମରେ ହାଇଡ୍ରୋକାର୍ବନ କ୍ଷେତ୍ର ସମ୍ବନ୍ଧିତ କାର୍ଯ୍ୟକୁ ବୃଦ୍ଧି କରିବା ଦିଗରେ ଆଲୋଚନା କରିଥିଲେ। ଭାରତରେ ବୃଦ୍ଧି ପାଉଥିବା ଗ୍ୟାସ ଭିତିଭୂମି ଉପରେ କାତାରର ପୁଞ୍ଜିନିବେଶ କରିବା ଦିଗରେ ଗୁରୁତ୍ୱାରୋପ କରିବା ସହ କତାରରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଭାରତୀୟ କମ୍ପାନୀର ଭାଗିଦାରୀ ଉପରେ ମଧ୍ୟ ଆଲୋଚନା କରିଥିଲେ। ଆଜିର ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କତାରର ଅନ୍ୟାନ୍ୟ ପ୍ରତିନିଧିମାନଙ୍କୁ ଭେଟି ମଧ୍ୟ ଫଳପ୍ରଦ ଆଲୋଚନା କରିଛନ୍ତି। କତାରର ଶକ୍ତି ମନ୍ତ୍ରୀ ତଥା ପେଟ୍ରୋଲିୟମ ବିଭାଗର ଅଧ୍ୟକ୍ଷ ସାଦ୍‍ ଶେରୀଦା ଅଲ୍‍
କାବୀଙ୍କୁ ଭେଟି ଭାରତ ଓ କତାର ମଧ୍ୟରେ ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ୍‍ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। କତାର ଭାରତ ପାଇଁ ଦୀର୍ଘ ସମୟ ଧରି ଉର୍ଜା କ୍ଷେତ୍ରରେ ସହଯୋଗୀ ହୋଇ ରହିଛି। ଏହାସହ ଭାରତକୁ ଏଲଏନଜି ଏବଂ ଏଲପିଜି ଯୋଗାଣ କରିବାରେ କତାର ସର୍ବବୃହତ ଦେଶ ବୋଲି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।  ପ୍ରଧାନ କତାର ଠାରୁ ଏଲଏନଜି କ୍ରୟ କରିବା ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା ଉପରେ ମଧ୍ୟ ଆଲୋକପାତ କରିଥିଲେ। ହାଇଡ୍ରୋକାର୍ବନ କ୍ଷେତ୍ରରେ କ୍ରେତା-ବିକ୍ରେତା ସମ୍ବନ୍ଧରେ କାର୍ଯ୍ୟ କରିବା ନେଇ ଉଭୟ ମନ୍ତ୍ରୀ ସମ୍ମତି ଜଣାଇଥିଲେ। ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ  ପରିବେଶକୁ ସୁହାଉଥିବା ଉର୍ଜାକୁ ବିକଶିତ କରିବା ପାଇଁ କତାରକୁ ସହଯୋଗ କରିବା ପାଇଁ ମଧ୍ୟ
ସେ ଆଲୋଚନା କରିଥିଲେ। ଏହାବ୍ୟତୀତ ଗ୍ୟାସ ରପ୍ତାନୀ ଦେଶ ଫୋରମ(ଜିଏଫସିଏଫ)ର ସାଧାରଣ ସଚିବଙ୍କ ସହ ଅନ୍ତରାଷ୍ଟ୍ରୀୟ ଗ୍ୟାସ ବଜାରର ସ୍ଥିତି ଏବଂ ଉର୍ଜା ଉପରେ ଆଲୋଚନା କରିଥିଲେ। ଭାରତରେ ଗ୍ୟାସ ବଜାରରେ ଅଧିକ
ଅନୁଧ୍ୟାନ କରିବା ପାଇଁ ଶ୍ରୀ ପ୍ରଧାନ ଜିଇସିଏଫର୍‍ ସହ ସହଯୋଗ ଲୋଡିଥିଲେ। ଉଲ୍ଲେଖନୀୟ ଯେ, ଆଲୋଚନା କାଳରେ କତାରର ପ୍ରଧାନମନ୍ତ୍ରୀ ଭାରତ ସହ ଐତିହାସିକ ମଜବୁତ ପ୍ରସଙ୍ଗକୁ ମନେପକାଇବା ସହ କତାରରେ ଭାରତୀୟ ସମୁଦାୟଙ୍କ ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମନେପକାଇଥିଲେ। କତାରର ପ୍ରଧାନମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୨୦୧୯ ନିର୍ବାଚନରେ ବଡ ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories