www.samajalive.in
Wednesday, December 10, 2025
23.1 C
Bhubaneswar

ବାସ୍ତୁ ଟିପ୍ସ ; ଗୃହର ଆଲମିରା ଆପଣଙ୍କ ଭାଗ୍ୟ ସହ ଜଡ଼ିତ

ବାସ୍ତୁ ଶାସ୍ତ୍ରରେ ଗୃହରେ ଥିବା ଆଲମିରାର ବିଶେଷ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଶାସ୍ତ୍ରର ମାନ୍ୟତା ଅନୁଯାୟୀ, ଘରର ଆଲମିରା ସର୍ବଦା ବାସ୍ତୁ ଦୋଷରୁ ମୁକ୍ତ ହେବା ଆବଶ୍ୟକ। କାରଣ ଏହା ବ୍ୟକ୍ତିର ଭାଗ୍ୟ ସହ ଜଡ଼ିତ ଅଟେ। ଜାଣନ୍ତୁ, ଆପଣ ଘରର ଆଲମିରା କିପରି ହେବା ଉଚିତ। ଏହା ସହ ଆପଣଙ୍କ ଭାଗ୍ୟର କ’ଣ ସମ୍ବନ୍ଧ ରହିଛି….
ବସ୍ତ୍ର ରହୁଥିବା ଆଲମିରା –
ଏହା ମୁଖ୍ୟତଃ ଶୁକ୍ର ଗ୍ରହ ସହ ସମ୍ବନ୍ଧିତ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ଆଲମିରାକୁ ସର୍ବଦା ସଫାସୁତୁରା ଓ ସଠିକ ସ୍ଥାନରେ ରଖିବା ଉଚିତ। ବସ୍ତ୍ର ଗୁଡ଼ିକୁ ମଧ୍ୟ ସଜାଡ଼ି ଠିକ ଭାବେ ରଖିବା ଉଚିତ। ଲୁଗାପଟା ରହୁଥିବା ସ୍ଥାନରେ ଟଙ୍କା ପଇସା ଓ ସୁନାଗହଣା ରଖନ୍ତୁ ନାହିଁ। ଏହାକୁ ଆଲମିରାରେ ସ୍ୱତନ୍ତ୍ର ସ୍ଥାନରେ ରଖନ୍ତୁ। ଏପରି କରିବା ଦ୍ୱାରା ଧନବୃଦ୍ଧି ହେବା ସହ ଘରେ ସୁଖଶାନ୍ତିର ବାତାବରଣ ରହିଥାଏ।
ରୋଷେଇ ଘରର ଆଲମିରା –
ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ ଥିବା ଆଲମିରାର ସମ୍ବନ୍ଧ ସୂର୍ଯ୍ୟ ଗ୍ରହଙ୍କ ସହ ଜଡ଼ିତ। ସାଧାରଣ ଭାବେ ଏଥିରେ ରୋଷେଇ ସାମଗ୍ରୀ ସହ ବାସନକୁସନ ମଧ୍ୟ ରଖାଯାଏ। ଏହି ପ୍ରକାରର ଆଲମିରାକୁ ସମ୍ପୂର୍ଣ୍ଣ ବନ୍ଦ କରି ରଖିବା ଉଚିତ ନୁହେଁ। ଏହା ଅଶୁଭ ବୋଲି କୁହାଯାଏ। ଏତଦ ବ୍ୟତୀତ ମସଲା ଦ୍ରବ୍ୟ ଓ ଚାଉଳକୁ ଅଲଗା ଆଲମିରାରେ ରଖିବା ଉଚିତ। କାଚ ଓ ଧାତୁ ଜାତୀୟ ବସ୍ତୁକୁ ମଧ୍ୟ ଅଲଗା ରଖିବା ଦ୍ୱାରା ଶୁଭଫଳ ମିଳିଥାଏ ବୋଲି କୁହାଯାଏ। ଆଲମିରାକୁ ମାସକୁ ଥରେ ଭଲ ଭାବେ ସଫା କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଏପରି କରିବା ଦ୍ୱାରା ଗୃହରେ ଶାନ୍ତିର ବାତାବରଣ ରହିବା ସହ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।

Hot this week

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

Related Articles

Popular Categories