ଚନ୍ଦ୍ରଯାନ-୨ର ଐତିହାସିକ ମୁହୂର୍ତ୍ତ ଦେଖିବାପାଇଁ ଦେଶବାସୀଙ୍କୁ ମୋଦୀଙ୍କ ପରାମର୍ଶ
ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ର ଐତିହାସିକ ମୁହୂର୍ତ୍ତ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବା ସହିତ ସାମାଜିକ ଗଣମାଧ୍ୟମରେ ଏହାର ଫଟୋ ସେୟାର କରିବାକୁ ମୋଦୀ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି।
ଏହାକୁ ଦେଖିବାପାଇଁ ମୋଦୀ ବାଙ୍ଗାଲୁରୁଠାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୦ ଜଣ ହାଇସ୍କୁଲ୍ ଛାତ୍ରଛାତ୍ରୀଙ୍କ ସହିତ ବେଙ୍ଗାଲୁରୁଠାରେ ଚନ୍ଦ୍ରଯାନ-୨ର ଅବତରଣକୁ ଦେଖିବେ। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଆଜି ରାତ୍ରୀ ୧ଟା ୩୦ ରୁ ୨ଟା ୩୦ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ।
Comments are closed.