ନୃତ୍ୟ ଗୁରୁ ଶାଶ୍ବତ ଯୋଶୀଙ୍କ ନାମରେ ସାଂଘାତିକ ଅଭିଯୋଗ
ଭୁବନେଶ୍ବର : ଓଡ଼ିଶୀ ନୃତ୍ୟ ଗୁରୁ ଶାଶ୍ବତ ଯୋଶୀଙ୍କ ନାମରେ ସାଂଘାତିକ ଅଭିଯୋଗ ହୋଇଛି। ଶାଶ୍ବତ ଯୋଶୀଙ୍କ ନାମରେ ତାଙ୍କର ଜଣେ ଶିଷ୍ୟ ଶୁକ୍ରବାର ଯୌନ ନିର୍ଯାତନାର ସାଂଘାତିକ ଅଭିଯୋଗ ଆଣିଛନ୍ତି। ଶାଶ୍ବତ ଯୋଶୀ ତାଙ୍କର ଶିଷ୍ୟମାନଙ୍କୁ ଯୌନ ନିର୍ଯାତନା ଦେବାସହ, ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଶିଷ୍ୟ ଜଣଙ୍କ ଅଭିଯୋଗ କରିଛନ୍ତି। କ୍ୟାରିୟର ଭୟରେ କୌଣସି ଝିଅ ମୁହଁ ଖୋଲୁନଥିବା ମଧ୍ୟ ସେ କହିଛନ୍ତି।
ଏନେଇ ଶାଶ୍ୱତ ଯୋଶୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ମୁଁ ଦୋଷୀ ନୁହେଁ। ମୋ ନାମରେ ଅପପ୍ରଚାର କରାଯାଉଛି। ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ଭଗବାନ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ”।