ରୁଷକୁ ଶହେ କୋଟି ଡଲାର ଋଣ ଦେବ ଭାରତ, ପୂର୍ବାଞ୍ଚଳ ବିକାଶରେ ହେବ ଉପଯୋଗ

0

ଭ୍ଳାଦିଭୋଷ୍ଟୋକ (ରୁଷ) : ରୁଷର ସୁଦୂର ପୂର୍ବାଞ୍ଚଳର ବିକାଶ ପାଇଁ ଭାରତ ୧୦୦ କୋଟି ଡଲାରର ଋଣ ଯୋଗାଇଦେବ ବୋଲି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ବିଭିନ୍ନ ଉତ୍ସରେ ଭରପୁର ରୁଷର ପୂର୍ବାଞ୍ଚଳ ବିକାଶ ପାଇଁ ଭାରତ-ରୁଷ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ମୋଦୀ କହିଛନ୍ତି । ପଞ୍ଚମ ପୂର୍ବଦେଶୀୟ ଆର୍ଥିକ ମଞ୍ଚ (ଇଇଏଫ)ର ଅଧିବେଶନକୁ ସମ୍ବୋଧିତ କରି ମୋଦୀ ଏହି ଘୋଷଣା କରିଛନ୍ତି।

prayash

ଏହି ଅବସରରେ ମୋଦୀ କହିଥିଲେ ଯେ ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତା କେବଳ ରାଜଧାନୀରେ ସରକାରୀ ବାର୍ତ୍ତାଳାପ ମଧ୍ୟରେ ସୀମିତ ନାହିଁ ବରଂ ଏହା ଲୋକ ଏବଂ ଘନିଷ୍ଠ ବାଣିଜ୍ୟ ସମ୍ପର୍କ ଉପରେ ପର୍ଯ୍ୟବେଶିତ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସୁଦୂର ପୂର୍ବରେ କାର୍ଯ୍ୟ କର’ (ଆକ୍ଟ ଫାର ଇଷ୍ଟ) ନୀତି ଉପସ୍ଥାପିତ କରିଥିଲେ। ମୋଦୀ କହିଥିଲେ ଯେ ରୁଷର ସୁଦୂର ପୂର୍ବାଞ୍ଚଳର ବିକାଶ ପାଇଁ ଭାରତ ୧୦୦ କୋଟି ଡଲାର ଋଣ ପ୍ରଦାନ କରିବ। ଭାରତ ସରକାର ପ୍ରାଚ୍ୟରେ କାର୍ଯ୍ୟ କରିବା (ଆକ୍ଟ ଫାର ଇଷ୍ଟ) ନୀତି ଉପରେ ସକ୍ରିୟତାର ସହ କାର୍ଯ୍ୟ କରୁଛନ୍ତି । ଆମ ଆର୍ଥିକ କୂଟନୀତିର ଏହା ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ରୁଷର ସୁଦୂର ପୂର୍ବାଞ୍ଚଳକୁ ଯାତ୍ରା କରିଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦୀ। ପୁତିନଙ୍କ ସହ ୨୦ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ ଏବଂ ପଞ୍ଚମ ପୂର୍ବ ଆର୍ଥିକ ମଞ୍ଚ ବୈଠକରେ ଭାଗ ନେବାକୁ ମୋଦୀ ଦୁଇ ଦିନିଆ ରୁଷ ଗସ୍ତରେ ଅଛନ୍ତି। ପୂର୍ବ ଆର୍ଥିକ ମଞ୍ଚ ରୁଷର ପୂର୍ବାଞ୍ଚଳରେ ବାଣିଜ୍ୟର ବିକାଶ ଏବଂ ନିବେଶ ବୃଦ୍ଧି ଉପରେ କାର୍ଯ୍ୟ କରୁଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ପ୍ରତିପକ୍ଷ ଶିଂଜୋ ଆବେଙ୍କୁ ଭେଟିଥିଲେ। ଉଭୟ ନେତା ହିନ୍ଦ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ବଢାଇବା ଉପରେ ସହମତି ପ୍ରକାଶ କରିଥିଲେ।

kalyan agarbati
Leave A Reply