www.samajalive.in
Tuesday, December 9, 2025
17.1 C
Bhubaneswar

ବଜାରକୁ ଆସିଲା ‘ସାଉଣ୍ଡ ୱାନ’ର ୱାଟର ପ୍ରୁଭ୍ ବ୍ଲୁଟୁଥ ସ୍ପିକର

ନୂଆଦିଲ୍ଲୀ : ଅଡ଼ିଓ ପ୍ରେଟେକ୍ସନର କମ୍ପାନୀ ‘ସାଉଣ୍ଡ ୱାନ’ ଭାରତରେ ତାର ନୂଆ ୱାଟର ପ୍ରୁଭ୍ ବ୍ଲୁଟୁଥ ସ୍ପିକର ଲଞ୍ଚ କରିଛି। ‘ସାଉଣ୍ଡ ୱାନ’ର ଏହି ନୂଆ ବ୍ଲୁଟୁଥ ସ୍ପିକରର ନାମ ହେଉଛି ‘ଶେଲ୍’। ଯାହା ୱାଟର ପ୍ରୁଭ୍ ଅଟେ। ଖାସ୍ ଏଥିପାଇ ଏହି ସ୍ପିକରକୁ ଆଇପିଏକ୍ସ-୫ ରେଟିଙ୍ଗ ମିଳିଥିବା ଜଣାପଡିଛି।
ଏହି ସ୍ପିକରକୁ ସିଲିକନ୍ ଓ ରବରରେ ତିଆରି କରାଯାଇଛି। ଏହାକୁ ଏଭଳି କୌଶଳରେ ପ୍ରସ୍ତୁତ କରାଯାଇଛି ଯେ ଏଥିରେ ସହଜରେ ଧୂଳି ପ୍ରବେଶ କରି ପାରିବନାହିଁ। ଏହାର ସାଉଣ୍ଡ ଅତ୍ୟନ୍ତ ସ୍ପଷ୍ଟଥିବା ସୂଚନା ମିଳିଛି। ଏହାକୁ ଥରେ ଚାର୍ଜ କଲେ ଏଥିରେ ୪ରୁ ୫ଘଣ୍ଟା ଗୀତ ଶୁଣିହେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ଏଥିରେ ୧୨ଶହ ଏମ୍ଏଚ୍ ବ୍ୟାଟେରୀ ଦିଆଯାଇଛି। ଯାହା ୨ଘଣ୍ଟାରେ ଫୁଲ ଚାର୍ଜ ହୋଇଯାଉଛି।। ଏଥିରେ ବ୍ଲୁଟୁଥ ୫.୦ରହିଛି। ଏହି ସ୍ପିକରର ମୂଲ୍ୟ ୨୧୯୦ଟଙ୍କା। ମାତ୍ର ଅଫର ଥିବାରୁ ଏହାକୁ ୧୧୯୦ଟଙ୍କାରେ କିଣିପାରିବେ। ଏହାସହିତ ଏଥିରେ ଏକ ବର୍ଷର ୱାରେଣ୍ଟି ମଧ୍ୟ ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories