www.samajalive.in
Saturday, December 6, 2025
23.1 C
Bhubaneswar

ନିଜ ଜନ୍ମଦିନରେ ପିଏମ ଏବଂ ସିଏମ ରିଲିଫ ଫଣ୍ଡକୁ ଦାନ କଲେ ୯ ବର୍ଷର ଛାତ୍ର

ଭୁବନେଶ୍ୱର: କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଆଜି ଏକାଠି ହୋଇଛି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର କରୋନାକୁୁ ପ୍ରତିହତ କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି। କରୋନା ଯୁଦ୍ଧରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ଲାଗି ପିଏମ କେୟାର୍ସ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅନେକ ବଦାନ୍ୟ ବ୍ୟକ୍ତି ଦାନ କରିବାକୁ ଆଗେଇ ଆସିଛନ୍ତି। ଠିକ୍ ସେହିପରି ଭୁବନେଶ୍ୱରରେ ରହୁଥିବା ଜଣେ ୯ ବର୍ଷର ଛାତ୍ର ଠାକୁର ରାଜବୀର ନିଜ ଜନ୍ମଦିନରେ କୁମ୍ପି ଭାଙ୍ଗି ପିଏମ କେୟାର୍ସ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି। ତାଙ୍କ ସଂଚିତ ଅର୍ଥ ସମୁଦାୟ ୨ ହଜାର ୨୦ ଟଙ୍କାରୁ ସେ ୧ ହଜାର ୧୦ ଟଙ୍କା ଲେଖାଏଁ ପିଏମ କେୟାର୍ସ ଫଣ୍ଡ ଏବଂ ସିଏମ ରିଲିଫ ଫଣ୍ଡକୁ ଦାନ କରିଛନ୍ତି।

ଧୁମ ଧାମରେ ଜନ୍ମଦିନ ପାଳନ କରିବା ଅପେକ୍ଷା ଦେଶର ଏଭଳି ସଙ୍କଟ ସମୟରେ ସରକାରଙ୍କୁ ସହାୟତା କରିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି। ଏହା ସହ କରୋନା ଯୁଦ୍ଧରେ ସାମିଲ ହୋଇ ନିଜ ସାମର୍ଥ୍ୟ ଅନୁଯାୟୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ରାଜ୍ୟବାସୀଙ୍କୁ ସେ ନିବେଦନ କରିଛନ୍ତି। ଏଭଳି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ଅଂଚଳ ବାସିନ୍ଦା ରାଜବୀରଙ୍କୁ ଅନେକ ପ୍ରଶଂସା କରିଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories