www.samajalive.in
Wednesday, December 10, 2025
18.1 C
Bhubaneswar

ମହାରାଷ୍ଟ୍ରରେ ଏପ୍ରିଲ ୩୦ ଯାଏଁ ବଢିଲା ଲକଡାଉନ୍, ବିଜେପି କାଉନସିଲରଙ୍କ ସମେତ ୧୧ ଗିରଫ

ମୁମ୍ବାଇ : ମହାରାଷ୍ଟ୍ରରେ ଲକଡାଉନର ଅବଧିକୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ପଞ୍ଜାବ, ଓଡିଶା ଏବଂ ରାଜସ୍ଥାନରେ ମଧ୍ୟ ଏହି ନିଷ୍ପତ୍ତି ନିଆଯାଇ ସାରିଛି। ଏହି ନିଷ୍ପତ୍ତି ନେବାରେ ମହାରାଷ୍ଟ୍ର ହେଉଛି ଚତୁର୍ଥ ରାଜ୍ୟ।

ଏହି ସମୟରେ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ପାନଭେଲରେ ଗୋଟିଏ ସ୍ଥାନରେ ଏକାଠି ହୋଇଥିବା ବିଜେପି କାଉନସିଲରଙ୍କ ସମେତ ୧୧ ଜଣଙ୍କୁ ଅଟକ ରଖାଯାଇଛି। ପୁଲିସ ସୂଚନାନୁସାରେ ଏହି ଘଟଣା ଶୁକ୍ରବାର ରାତିରେ ଘଟିଛି। ପୋଲିସ କହିଛି ଯେ, ପାନଭେଲ ମ୍ୟୁନିସିପାଲ କର୍ପୋରେସନର ବିଜେପି କାଉନସିଲର ଅଜୟ ବାହିରାଙ୍କ ବଙ୍ଗଳାର ଛାତ ଉପରେ ଜନ୍ମଦିନ ପାଳନ କରାଯାଉଥିଲା। ପୁଲିସ ପହଞ୍ଚି ସମସ୍ତଙ୍କୁ ଅଟକ ରଖିଛି।

- Advertisement -

ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୨୧୦ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ମହାରାଷ୍ଟ୍ରରେ କରୋନା  ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୫୭୪କୁ ବୃଦ୍ଧି ପାଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories