www.samajalive.in
Sunday, December 7, 2025
26.1 C
Bhubaneswar

ମଙ୍ଗଳପୁର ପେଟ୍ରୋଲ ପମ୍ପ ନିକଟରେ ଅଗ୍ନିକାଣ୍ଡ : ବିପଦରୁ ଅଳ୍ପକେ ବର୍ତ୍ତିଲା ପେଟ୍ରୋଲ ପମ୍ପ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ କଡରେ ମଙ୍ଗଳପୁର ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଶନିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏକ ବଡ ବିପଦରୁ ଉକ୍ତ ପେଟ୍ରୋଲ ପମ୍ପ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ପେଟ୍ରୋଲ ପମ୍ପ ଠାରୁ ମାତ୍ର ଶହେ ମିଟର ଦୂରରେ ବେଣାଗଛ ଭର୍ତ୍ତି ହୋଇଥିବା ଏକ ଜମିରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା। ପବନ ବୋହୁଥିବାରୁ ଉକ୍ତ ନିଆଁ ପେଟ୍ରୋଲ ପମ୍ପ ଆଡକୁ ଦୃତ ଗତିରେ ବ୍ୟାପିଥିଲା। ତେବେ ଖବର ପାଇ ପିପିଲି ଅଗ୍ନିଶମ ବାହିନୀ ଦୁଇଟିି ଦମକଳ ସହ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ଏକ ଘଣ୍ଟାକାଳ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାରେ ଅଗ୍ନିଶମ ବାହିନୀ ସଫଳ ହୋଇଥିଲା। ଫଳରେ ଏକ ନିଶ୍ଚିତ ବଡ ଦୁର୍ଘଟଣାରୁ ଉକ୍ତ ପେଟ୍ରୋଲ ଟାଙ୍କି ବର୍ତ୍ତି ଯାଇଥିବା ସୂଚନା ମିଳିଛି। କୌଣସି ବ୍ୟକ୍ତି ଉକ୍ତ ଶୁଖିଲା ବେଣାଗଛରେ ନିଆଁ ଲଗାଇ ଦେବାରୁ ନିଆଁ ସମଗ୍ର ଅଞ୍ଚଳକୁ ବ୍ୟାପିଥିବା ବେଳେ ଲୋକେ ଆତଙ୍କିତ ହୋଇ ପଡିଥିଲେ। ତେବେ ପେଟ୍ରୋଲ ପମ୍ପ ନିକଟରେ ଥିବା ଅନାବନା ଶୁଖିଲା ଗଛ ପ୍ରତି ସର୍ବଦା ସତର୍କ ରହିବା ଉଚିତ୍‍ ବୋଲି ପିପିଲି ଅଗ୍ନିଶମ ଅଧିକାରୀ ଅଜିତ ଗୌଡ ପ୍ରକାଶ କରିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories