୯ଟି କ୍ୟାମେରା ନେଇ ବଜାରରେ ପ୍ରବେଶ କରିବ ନୂଆ ସ୍ମାର୍ଟଫୋନ୍‍

0

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‍ରେ କ୍ୟାମେରା ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି। ପ୍ରଥମେ ସ୍ମାର୍ଟଫୋନରେ କେବଳ ଗୋଟିଏ କ୍ୟାମେରା(ରେୟାର କ୍ୟାମେରା) ଥିଲା। ପରେ ସ୍ମାର୍ଟଫୋନ ସମ୍ମୁଖରେ ସେଲ୍ଫି ଓ ଭିଡିଓ କଲ ପାଇଁ ଆଉ ଏକ କ୍ୟାମେରା ଖଞ୍ଜା ଯାଇଥିଲା। ଏବେ ସ୍ମାର୍ଟଫୋନର ପଛରେ ୨ରୁ ୩ଟି କ୍ୟାମେରା ସମ୍ପନ୍ନ ଫୋନ ବଜାରରେ ଉପଲବ୍ଧ ହେବାରେ ଲାଗିଛି।
ସମ୍ପ୍ରତ୍ତି ବଜାରକୁ ୯ଟି କ୍ୟାମେରା ସମ୍ପନ୍ନ ସ୍ମାର୍ଟଫୋନ ପ୍ରବେଶ କରିବାକୁ ଯାଉଛି। ଲାଇଟ ନାମକ ଏକ କମ୍ପାନୀ ଏଭଳି ସ୍ମାର୍ଟଫୋନ ପ୍ରସ୍ତୁତ କରୁଛି। ୱାସିଂଟନ ପୋଷ୍ଟରେ ପ୍ରକାଶିତ ଲାଇଟ କମ୍ପାନୀର ଏକ ସାକ୍ଷାତକାର ଅନୁଯାୟୀ ୯ଟି ଲେନ୍ସ ଦ୍ୱାରା ୬୪ମେଗାପିକ୍ସଲ ଲେନ୍ସ ପରି ଫଟୋ ଉତ୍ତୋଳନ କରାଯାଇ ପାରିବ। ସ୍ୱଳ୍ପ ଆଲୋକରେ ମଧ୍ୟ ସୁନ୍ଦର ଫଟୋ ଉଠାଇବାରେ ଏହି କ୍ୟାମେରା ଦ୍ୱାରା ସମ୍ଭାବ ହେବ। ବଜାରରେ ଉପଲବ୍ଧ ପ୍ରାରମ୍ଭିକ ଡିଏସଏଲଆର କ୍ୟାମେରା ପରି ଏହି ସ୍ମାର୍ଟଫୋନରେ ଫଟୋ ଉତ୍ତୋଳନ କରାଯାଇ ପାରିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ସ୍ମାର୍ଟଫୋନ ବଜାରରେ ଉପଲବ୍ଧ ହେବ।

Leave A Reply