ସକାଳ @୯ ମୁଖ୍ୟ ଖବର

(୧) ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ… ପ୍ରଭାବରେ ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା… ୨୦ ଓ ୨୧ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷିବ… ଅଶାନ୍ତ ରହିବ ଓଡିଶା ଉପକୂଳ… ମଙ୍ଗଳବାର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା…. ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଲାଗିରହିଛି ବର୍ଷା…

(୨) ଆଜି ପୁରୀରେ ସୂର୍ଯ୍ୟ କିରଣ ସୋ’… ଗତକାଲି ବ୍ଲୁ ଫ୍ଲାଗ୍‌ ବିଚରେ ଅଭ୍ୟାସ କରିଥିଲେ ବାୟୁ ବୀର… ଏକା ସଙ୍ଗେ ଦୁଃସାହସିକ କଳା କୌଶଳ ଦେଖାଇବେ ୯ଟି ହକ୍‌ ବିମାନ … ପାଗ ଖରାପ ଯୋଗୁ ସୋ’ ହେବକି ନାହିଁ ତାକୁ ନେଇ ଦ୍ୱନ୍ଦ୍ବ… ଗତ ଶୁକ୍ରବାର ଭୁବନେଶ୍ୱରରେ ହୋଇଥିଲା ସୂର୍ଯ୍ୟ କିରଣ ସୋ’…

(୩) ଓଡ଼ିଶାରେ ସମର୍ଥନ ସାଉଁଟିବ କଂଗ୍ରେସ… ଭାରତ ଯୋଡ଼ ଅଭିଯୋନ ପାଇଁ ଦଳ ପକ୍ଷରୁ କସରତ ଆରମ୍ଭ… ରାଜ୍ୟରେ ଅଛନ୍ତି ୨ ବରିଷ୍ଠ ନେତା…ଦିଗ୍‌ ବିଜୟ ସିଂ ଓ ଜୟରାମ ରମେଶ ନେତାମାନଙ୍କ ସହ କଲେ ଆଲୋଚନା… ୩୦ଜିଲ୍ଲାରେ ସ୍ଥିତି ସୁଦୃଢ଼ କରିବାକୁ କଂଗ୍ରେସ କରିବ ପଦଯାତ୍ରା…

(୪)  ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ… ବ୍ରିଟିସ୍‌ କୁଇନ୍‌ ଏଲିଜା ବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟ କାର୍ଯ୍ୟକ୍ରମରେ ଦେବେ ଯୋଗଦାନ… ଆସନ୍ତାକାଲି ହେବ ରାଣୀଙ୍କ ଅନ୍ତେଷ୍ଟି… ଗତ ୮ ତରିଖରେ ହୋଇଥିଲା ଏଲିଜା ବେଥ୍‌ ଦ୍ୱିତୀୟଙ୍କ ପରଲୋକ…

Comments are closed.