ସକାଳ @୯ ମୁଖ୍ୟ ଖବର

(୧) ୨୦୨୪ ପାଇଁ ଅଣ୍ଟା ଭିଡୁଛି ବିଜେପି… ରାଜ୍ୟରେ ବିଜେଡିକୁ ଗାଦିଚ୍ୟୁତ କରିବାକୁ କରୁଛି ପ୍ରୟାସ.. ଆଜି ବିଜେପିର ପୁରୀରେ ପ୍ରଶିକ୍ଷଣ ଶିବିରର ତୃତୀୟ ଦିନ… ଯୋଗଦେବେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍‌ ସନ୍ତୋଷ… ରାଜନୈତିକ ରଣନୀତି ଉପରେ ହେବ ରୋଡ ମ୍ୟାପ୍‌ ପ୍ରସ୍ତୁତ…

(୨) ମହାନଦୀରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ଯୁବକ… ସକାଳୁ ସକାଳୁ ଯୁବକଙ୍କୁ ଏକ ଟାପୁରୁ ଉଦ୍ଧାର କ​‌ଲେ ସ୍ଥାନୀୟ ଲୋକେ… ମୁଣ୍ଡୁଳିରୁ ପ୍ରାୟ ୩ କିମି ଦୂର ଅନନ୍ତପୁର ଯାଏ ଭାସିଯାଇଥିଲେ ଯୁବକ… ଗତକାଲି ରାତି ୯ଟା ବେଳେ ମୁଣ୍ଡୁଳି ବ୍ରିଜରୁ ମହାନଦୀକୁ ଡେଇଁ କରିଥିଲେ ଆତ୍ମହତ୍ୟା ଉଦ୍ୟମ…

କାନ ଭିତରେ ପଶିଛି ସାପ; ଦେଖନ୍ତୁ ଭିଡିଓ

(୩) ଅର୍ଥତତ୍ୱ ଚିଟଫଣ୍ଡ ଠକେଇ ମାମଲା… ସିବିଆଇ ଆବେଦନ ଉପରେ ଶୀଘ୍ର ନିଷ୍ପତ୍ତି ​‌ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ… ହାଇକୋର୍ଟକୁ ନିର୍ଦେଶ ଦେଲେ ଉଚ୍ଚନାୟାଳୟ… କହିଲେ ଶୁଣାଣି ନହୋଇପାରିଲେ ଅନ୍ତରୀଣ ନିର୍ଦେଶ ହଟାଅ….

(୪) ଓଡ଼ିଶା ଦେଖିବ ସୂର୍ଯ୍ୟ କିରଣ ସୋ’… ଆସନ୍ତାକାଲି ରାଜଧାନୀର ଆକାଶରେ ହେବ ଶକ୍ତି ଏବଂ ସୌର୍ଯ୍ୟ ପ୍ରଦର୍ଶନ… କୁଆଖାଇ ନଦୀ ପଠାରେ ଦୁଃସାହସିକ ସୂର୍ଯ୍ୟ କିରଣ ସୋ’ ପ୍ରଦର୍ଶନ କରିବେ ବାୟୁ ବୀର.. ଦୁଇ ଦିନ ଧରି ଚାଲିଛି ଅଭ୍ୟାସ… ଭିଡ଼ ନିୟନ୍ତ୍ରଣ କରିବାକୁ ମୁତୟନ ହେବେ ୨୦ ପ୍ଲାଟୁନ ପୁଲିସ ସହ ୧୦୦ ଅଫିସର…

(୫) ବାଲେଶ୍ଵରର ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ ପରଲୋକ… ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା… ସେ ୧୯୮୫ରୁ ୧୯୯୦ ଯାଏ ବିଧାୟକ ଥିଲେ… ଗୋପ ନାରାୟଣଙ୍କ ବିୟୋଗରେ ବାଲେଶ୍ୱରରେ ଶୋକର ଛାୟା…

Comments are closed.