www.samajalive.in
Monday, December 15, 2025
17.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଆଜି ଶିଶୁ ଦିବସ… ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ… ଚାଚା ନେହେରୁଙ୍କୁ ମନେ ପକାଉଛି ସାରାଦେଶ… ଶିଶୁ ଦିବସ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଚଳଚଞ୍ଚଳ… ସବୁ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ… ଉତ୍ସାହିତ ରହିଛନ୍ତି ଛାତ୍ରଛାତ୍ରୀ…

(୨) ପୁଣି ତାତିଲେ ପ୍ରାଥମିକ ଶିକ୍ଷକ… ଆନ୍ଦୋଳନ ପାଇଁ ଜୋରଦାର ପ୍ରସ୍ତୁତି… ଶିକ୍ଷକ ଭବନରେ ମହାସଂଘର ଗୁରୁତ୍ବପୂର୍ଣ୍ଣ ଆଲୋଚନା… ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ… ସରକାର ଦାବି ନମାନିଲେ ବିଧାନସଭା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଦେଲେ ଚେତାବନୀ…

- Advertisement -

(୩) ପଦ୍ମପୁର ଉପନିର୍ବାଚନକୁ ନେଇ ବଢ଼ୁଛି ତାତି… ଆଜି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ… କଂଗ୍ରେସ ମଧ୍ୟ ପଦ୍ମପୁର ପାଇଁ କରିସାରିଛି ପ୍ରାର୍ଥୀ ଘୋଷଣା.. ହେଲେ ବିଜେଡି ପାଇଁ ବଢ଼ୁଛି କଳ୍ପନା ଜଳ୍ପନା… ଏଯାଏଁ ପ୍ରାର୍ଥୀ ଘୋଷଣା ନେଇ ଦଳରେ ଦ୍ୱନ୍ଦ୍ବ… ଅନୁକମ୍ପା ଭୋଟ୍‌ ହାତେଇବାକୁ ପ୍ରୟାସ କରିପାରେ ବିଜେଡି…

(୪) ଆଜି ବାଲି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ… ଜି-୨୦ ସମ୍ମିଳନୀରେ ହେବେ ସାମିଲ… ୧୫ ଓ ୧୬ ତାରିଖରେ ଇଣ୍ଡୋନେସିଆର ବାଲିରେ ହେବ ଜି-୨୦ ସମ୍ମିଳନୀ… ମୋଟ୍‌ ୨୦ଟି କାର୍ଯ୍ୟକ୍ରମରେ ଦେବେ ଯୋଗଦାନ… ୟୁଏସ, ଫ୍ରାନ୍ସ, ୟୁକେ ଓ ଜର୍ମାନୀର ରାଷ୍ଟ୍ର ନେତାଙ୍କ ସହ କରିବେ ବୈଠକ… ଆସନ୍ତା ବର୍ଷ ଭାରତ ଆୟୋଜନ କରିବ ଜି-୨୦ ସମ୍ମିଳନୀ…

(୫) ଆଜି ସୁପ୍ରିମକୋର୍ଟରେ ଚିଟଫଣ୍ଡ ଶୁଣାଣି… ଚିଟଫଣ୍ଡ ଦୁର୍ନୀତି ନେଇ ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ… ନିବେଶକଙ୍କ ଟଙ୍କା ଫେରାଇବାକୁ କ’ଣ ନିଆଯାଇଛି ପଦକ୍ଷେପ… ? ଏନେଇ ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ… ୯ ବର୍ଷ ବିତିଥିଲେ ମଧ୍ୟ ଟଙ୍କା ଫେରିପାଇନାହାନ୍ତି ନିବେଶକ…

(୬) ଖୋଲୁଛି ଅର୍ଚ୍ଚନା ନାଗ ଗୁମର… ଇଡି କରୁଛି ତନାଘନା… ଗତକାଲି ଅର୍ଚ୍ଚନାଙ୍କ ବାପାଙ୍କୁ ଝାଳବୁହା ପ୍ରଶ୍ନ ପଚାରିଛି ପ୍ରବର୍ତ୍ତନ ନିର୍ଦେଶାଳୟ… ସେପଟେ ଖଗେଶ୍ୱରକୁ ମଧ୍ୟ ଚାଲିଛି ଘନଘନ ଜେରା… ଫୋନରୁ ଡିଲିଟ ତଥ୍ୟର ରିକଭିରି ପାଇଁ କରାଯାଉଛି ଉଦ୍ୟମ… ଦିଲ୍ଲୀ ଏସଆଇଟି ବୈଠକରେ ଅର୍ଚ୍ଚନାର ୧୦କୋଟି ଟଙ୍କାର ସମ୍ପତ୍ତି ମିଳିଥିବା ଜଣାଇଲା ଇଡି…

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories