ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ
ଭୁବନେଶ୍ୱର: ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଥିବା ଜଣାପଡ଼ିଛି । ଭୁବନେଶ୍ୱର ସମେତ ଏକକାଳୀନ ୮ଟି ସ୍ଥାନରେ ଟିକ୍ନିଖ୍ କରି ଯାଞ୍ଚ କରୁଛନ୍ତି ଭିଜିଲାନ୍ସର ଅଧିକାରୀ । ଭୁବନେଶ୍ୱରର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜର ୨ଟି ଲେଖାଏଁ ସ୍ଥାନରେ ତନାଘନା ଆରମ୍ଭ କରିଛି ଭିଜିଲାନ୍ସ ଟିମ । ରବି ନାରାୟଣ ପଣ୍ଡା ଉଦଳା ଆରଡବ୍ଲୁଏସଏସର ସହକାରୀ ନିର୍ବାହୀ ଯନ୍ତ୍ରୀ ଥିବା ଜଣାପଡ଼ିଛି ।
Comments are closed.