www.samajalive.in
Monday, December 15, 2025
26.1 C
Bhubaneswar

‘ଭାରତ ଉପରେ କୁଦୃଷ୍ଟି ପକାଇଲେ କଡ଼ା ଜବାବ’

ଚଣ୍ଡିଗଡ: ଜାତୀୟ ସ୍ବାର୍ଥ ରକ୍ଷା କରିବା ହେଉଛି ତାଙ୍କ ସରକାରର ମୁଖ୍ୟ ଲକ୍ଷ୍ୟ। ତେଣୁ ଭାରତ ଉପରେ କୌଣସି ରାଷ୍ଟ୍ର କୁଦୃଷ୍ଟି ପକାଇଲେ ଏହାକୁ କଡା ଜବାବ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ରବିବାର ହରିୟାଣାର ଝାଜରରେ କିମ୍ବଦନ୍ତୀ ଯୋଦ୍ଧା ପୃଥ୍ବୀରାଜ ଚୌହାନଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ଅବସରରେ ରାଜନାଥ କହିଛନ୍ତି ଯେ ଭାରତକୁ କେହି ଦୁର୍ବଳ ରାଷ୍ଟ୍ର ମନେକରିବା ଉଚିତ୍ ନୁହେଁ। ଆମେ ଶାନ୍ତିରେ ବିଶ୍ବାସ କରୁ। ମାତ୍ର କୌଣସି ରାଷ୍ଟ୍ର ଯଦି ଆମକୁ କ୍ଷତି ପହଞ୍ଚାଏ ତେବେ ଏହାକୁ କଡା ଜବାବ ଦିଆଯିବ।

୨୦୧୬ ସର୍ଜିକାଲ ଷ୍ଟ୍ରାଇକ ଓ ୨୦୧୯ ବାଲାକୋଟ ବିମାନ ଆକ୍ରମଣ ଏହାର ପ୍ରମାଣ। ଏହି ଦୁଇ ଆକ୍ରମଣରେ ଭାରତ ସେନା ଏହାର ସାହସିକତାର ପ୍ରମାଣ ଦେଇସାରିଛି। ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ମଧ୍ୟ ଭାରତ ସେନା ନିଜର ସାହସ ଓ ଦକ୍ଷତାର ପ୍ରମାଣ ଦେଇଛି।

- Advertisement -

ଭାରତକୁ ଉପନିବେଶ ମାନସିକତାରୁ ମୁକ୍ତ ନିମନ୍ତେ ନରେନ୍ଦ୍ର ମୋଦୀ ସରକାର ଅନେକଗୁଡିକ ପଦକ୍ଷେପ ନେଇଛନ୍ତି। ଯେପରିକି ନୌସେନାର ପତାକାର ପରିବର୍ତ୍ତନ କରାଯିବା। ସେହିପରି ଦେଶରେ ପ୍ରଚଳିତ ୧୫୦୦ ବ୍ରିଟିଶ କାଳର ଆଇନକୁ ଉଚ୍ଛେଦ କରାଯାଇଛି। ସେହିପରି ରାଜଧାନୀ ଦିଲ୍ଲୀର ଅନେକ ରାସ୍ତାର ନାମକୁ ପରିବର୍ତ୍ତନ କରାଯାଇଛି। କଂଗ୍ରେସର ନାମ ନ ନେଇ ରାଜନାଥ କହିଛନ୍ତି ଯେ ଏହି ପୁରୁଣା ଦଳ ଜି-୨୦ ରାଷ୍ଟ୍ରଗୋଷ୍ଠୀ ନିମନ୍ତେ ଭାରତ ପ୍ରସ୍ତୁତ କରିଥିବା ଲୋଗୋକୁ ନେଇ ଅଜଥା ବିବାଦ ସୃଷ୍ଟି କରୁଛି। ଜି-୨୦ ଲୋଗୋରେ ପଦ୍ମଫୁଲ ରଖାଯିବାକୁ ନେଇ କଂଗ୍ରେସ ଆପତ୍ତି ଉଠାଇଛି। କଂଗ୍ରେସ କହିଛି ଯେ ଜି-୨୦ ଲୋଗୋରେ ପଦ୍ମଫୁଲକୁ ସ୍ଥାନୀତ କରି ବିଜେପି ଏହାର ଦଳୀୟ ପ୍ରଚାର କରୁଛି। ମାତ୍ର ବିଜେପି କହିଛି ଯେ ପଦ୍ମଫୁଲ ହେଉଛି ଭାରତର ଜାତୀୟ ଫୁଲ। ତେଣୁ ଜି-୨୦ ଲୋଗୋରେ ଥିବା ପଦ୍ମଫୁଲ ଆମ ଜାତୀୟ ଚିହ୍ନର ପ୍ରତୀକ। ହରିୟାଣାର ଝାଜରକୁ ବୀର ମାଟି ବୋଲି ସମ୍ବୋଧନ କରି ରାଜନାଥ କହିଛନ୍ତି ଯେ ଏହି ଅଞ୍ଚଳର ଅନେକ ଯୋଦ୍ଧା ଦେଶ ପାଇଁ ପ୍ରାଣବଳୀ ଦେଇଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories