ସକାଳ @୯ ମୁଖ୍ୟ ଖବର

(୧) ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ… ଆଜିଠୁ ନବୀନଙ୍କ ୩ ଦିନିଆ ମୁମ୍ବାଇ ଗସ୍ତ କାର୍ଯ୍ୟକ୍ରମ… ନଭେମ୍ବରରେ ହେବ ମେକ୍‌ଇନ୍‌ ଓଡ଼ିଶା… ନିବେଶକଙ୍କୁ ଆକୃଷ୍ଟ କରିବାକୁ ‘ଇନଭେଷ୍ଟର ମିଟ୍‌’ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ … ଷ୍ଟକ୍‌ ଏକ୍ସଚେଞ୍ଜ କାରବାରର କରିବେ ଆରମ୍ଭ..

(୨) ନକଲି ଔଷଧ କାରବାର ଘଟଣା… ସାମ୍ନାକୁ ଆସିଲେ କାରବାରର ଦୁଇ ଅଭିଯୁକ୍ତ… ଏତଲା ପରେ କଲେ ଆତ୍ମସମର୍ପଣ… ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ କଟକ ଡିସିପି.. କହିଲେ, ନକଲି ଔଷଧ ଚେର ଖୋଜିବାକୁ ରାଜ୍ୟ ବାହାରକୁ ଯିବ ପୁଲିସ…

(୩) ଆଜିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ… ୧୮ ତାରିଖରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ… ପ୍ରଭାବରେ ରାଜ୍ୟରେ ପୁଣି ବଢ଼ିପାରେ ବର୍ଷା…. ସେପଟେ ବର୍ତ୍ତମାନ ସୁଦ୍ଧା ଚଳିତ ମୌସୁମୀ ଋତୁରେ ୧୦୮୪.୩ ମିମି ବର୍ଷା ରେକର୍ଡ… ସ୍ୱାଭାବିକ ତୁଳନାରେ ଅଧିକ ବର୍ଷିଛି ୫ ପ୍ରତିଶତ….

 ଓଡ଼ିଆ ପୁରୁଣା ଗୀତରେ କୁନି ଝିଅର ସୁନ୍ଦର ଡ୍ୟାନ୍ସ; ଦେଖନ୍ତୁ

(୪) ତେଲେଙ୍ଗାନାର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ… ନିଆଁରେ ଜଳି ୬ଜଣ ଜୀବନ୍ତ ଦଗ୍ଧ… ଇ-ସ୍କୁଟର ଚାର୍ଜିଂ ପଏଣ୍ଟରୁ ନିଆଁ ଲାଗିଥିବା ସୂଚନା… ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ… ଘଟଣାସ୍ଥଳରେ ତଦନ୍ତ କରୁଛି ପୁଲିସ…

(୫) କେରଳରୁ ବିଜେପିକୁ ଟାର୍ଗେଟ କଲା କଂଗ୍ରେସ… ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ସିଧାସିଧା ଚ୍ୟାଲେଞ୍ଜ… କହିଲେ ହିଂସା ଓ ଘୃଣାରେ ନିର୍ବାଚନ ଜିତିଲେ ହେବନାହିଁ ଦେଶର କୌଣସି ଉନ୍ନତି… ଦେଶକୁ ଏକଜୁଟ କରିବାକୁ କଂଗ୍ରେସ କରୁଛି ଭାରତ ଯୋଡ ଯାତ୍ରା…

 

 

Comments are closed.