mission shakti banner

ସକାଳ @୯ ମୁଖ୍ୟ ଖବର

BSKY banner  750×100

(୧) ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି… ବାଂଶପାଳ ବିଇଓ କାର୍ଯ୍ୟାଳୟର କିରାଣି ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସର ଚଢ଼ାଉ… ଏକକାଳୀନ ୫ଟି ସ୍ଥାନ​‌ରେ ଯାଞ୍ଚ କରୁଛି ଟିମ୍‌…  ପୈତୃକ ଘର ସମେତ ଶ୍ୱଶୁର ଘରେ ବି ହେଉଛି ତନାଘନା… ଚଢ଼ାଉରେ ନିୟୋଜିତ ଅଛନ୍ତି ୩ଜଣ ଡିଏସପି, ୭ଜଣ ଇନିସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ…

(୨) ଡରାଇଲାଣି ମହାବାତ୍ୟା ‘ସିତରଙ୍ଗ’… ପୂର୍ବାନୁମାନ କଲା ଆମେରିକାର ପାଣିପାଗ ସଂସ୍ଥା… ୨୨୦ରୁ ୨୫୦ କିମି ବେଗରେ ବହିପାରେ ପବନ… ଅକ୍ଟୋବର ୧୮ରୁ ୨୫ ମଧ୍ୟରେ ସୁନ୍ଦରବନ ଆନ୍ଧ୍ର ଉପକୂଳ ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ… ସମୁଦ୍ରରେ ଆସିପାରେ ୧୫ରୁ ୨୦ ଫୁଟର ଜୁଆର…

(୩) ଲମ୍ବିଛି ଅର୍ଚ୍ଚାନଙ୍କ ହାତ… ଦିନକୁ ଦିନ ଖୋଲୁଛି ଲେଡି ବ୍ଲାକମେଲରଙ୍କ ଗୁମର… ଅର୍ଚ୍ଚନାଙ୍କ ସହ ପୁଣି ନେତା ଦିଲ୍ଲୀପ ରାୟଙ୍କ ଫଟୋ ଭାଇରାଲ… ଘଟଣାକୁ ନେଇ ରାଜ୍ୟରେ ଚାଲିଛି କାଦୁଅ ଫିଙ୍ଗା ରାଜନୀତି… ବିଜେପି କହିଲା ହେଉ ସିବିଆଇ ତଦନ୍ତ… ମାମଲାକୁ ଚାପିବାକୁ ଚାହୁଁଛିକି ପୁଲିସ…

ଜୋମାଟୋ ବୟଙ୍କୁ ବନ୍ଦାପନା; ଦେଖନ୍ତୁ ଏହି ମଜାଦାର ଭିଡିଓ

(୪) ସରଗରମ ହେଲାଣି ଧାମନଗର ରାଜନୀତି… ଆଜି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରନ୍ତି ବିଜେଡି ଓ କଂଗ୍ରେସ… ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ସରିଛି ନାମାଙ୍କନ ଦାଖଲ… ମୈଦାନକୁ ଓହ୍ଲାଇ ଭୋଟ୍‌ ପାଇଁ ଜୋରଦାର ପ୍ରୟାସ କରୁଛନ୍ତି ବିଜେପିର ମାଳମାଳ ନେତା…

(୫) ଅଡ଼ବା ଥାନା ନଳାଘାଟ ନିକଟରେ ବସ୍‌ ଦୁର୍ଘଟଣା… ଅଳ୍ପକେ ବର୍ତ୍ତିଲେ ୩୮ ଯାତ୍ରୀ… ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବସ୍‌… ଦୁର୍ଘଟଣାରେ ମୃତାହତ ହୋଇନାହାନ୍ତି କୌଣସି ଯାତ୍ରୀ… ମୋଟୁରୁ ଭୁବନେଶ୍ୱର ଆସୁଥିଲା ସରକାରୀ ବସ୍‌…

ଖୋଲିବ ତ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଗୁମର; ଟଙ୍କାକର କଥାକୁ ଆଠେଣି କରିବନିତ ପୁଲିସ ?

(୬) ସଫଳ ହେଲା ନାଶାର ‘ଡାର୍ଟ’ ମିଶନ… ଇତିହାସ ରଚିଲା ନାଶା… ଏଣିକି ଧ୍ୱଂସରୁ ରକ୍ଷା ପାଇବ ପୃଥିବୀ… ମାଡ଼ିଆସୁଥିବା ଧୂମକେତୁର ବଦଳିବ ଗତିପଥ… ପ୍ରଥମ ଥର ପାଇଁ ମହାଜାଗତିକ ବସ୍ତୁର ଗତିପଥ ବଦଳାଇଲା ନାଶା… ଐତିହାସିକ ମିଶନ ହେଲା ସଫଳ…

Comments are closed.