www.samajalive.in
Monday, December 15, 2025
15.1 C
Bhubaneswar

ଆଜି ରାଜ୍ୟରୁ ଚିହ୍ନଟ ୯୧ ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ଵର : ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ମଧ୍ୟରେ ରବିବାର ରାଜ୍ୟରୁ ଆଉ ୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ୯୧ ଜଣଙ୍କ ମଧ୍ୟରେ ଭଦ୍ରକ ଜିଲ୍ଳାରୁ ୨୮ ବାଲେଶ୍ବର ଜିଲ୍ଳାରୁ ୧୭ ଗଞ୍ଜାମ ଜିଲ୍ଲାରୁ ୧୫, କଟକ ଜିଲ୍ଲା ୧୨, ପୁରୀ ଜିଲ୍ଲାରୁ ୭, କେନ୍ଦୁଝର ଜିଲ୍ଲାରୁ ୪, ଖୋର୍ଦ୍ଧା ଜିଲ୍ଲାରୁ ୩, ବଲାଙ୍ଗୀର ୨, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ଲୋଖାଏଁ ଆକ୍ରାନ୍ତ ଚିହ୍ନଟ୍ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି ।


ଏହାରି ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଥିବା ୯୧ ଜଣ କରୋନା ପଜିଟିଭଙ୍କ ସଂପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ଦିଆଯାଇଥିବା ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାରୁ ଚିହ୍ନଟ ୨୮ଜଣଙ୍କ ଭିତରୁ ୧୭ଜଣ ସୁରତ ଫେରନ୍ତା , ୮ପଶ୍ଚିମବଙ୍ଗ ଫେରନ୍ତା, ଦୁଇଜଣ ମହାରାଷ୍ଟ୍ର ଏବଂ ଜଣେ ହାଇଦ୍ରାବାଦ ଫେରନ୍ତା ବୋଲି ସୂଚନା ମିଳିଛି । ଏମାନେ ସମସ୍ତେ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ସେହିପରି ବାଲେଶ୍ବର ଜିଲ୍ଲାରୁ ଚିହ୍ନଟ ୧୭ଜଣଙ୍କ ଭିତରୁ ୨ଜଣ ସୁରତ ଓ ୩ ପଶ୍ଚିମବଙ୍ଗ ଫେରନ୍ତା, ୧୦ ଜଣ ହାଇଦ୍ରାବାଦ ଫେରନ୍ତା ଏବଂ ଜଣେ ମହାରାଷ୍ଟ୍ର ରହିଛନ୍ତି। ଏମାନେ ସମସ୍ତେ ମଧ୍ୟ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ ବୋଲି ସୂଚନା ମିଳିଛି।

- Advertisement -


ସେହିପରି ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ୧୫ ଜଣ ସୁରତ ଫେରନ୍ତା ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣେ ହୋମ୍ କ୍ବାରେଣ୍ଟାଇନରେଥିବା ବେଳେ ୧୪ଜଣ ସରକାରୀ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ ବୋଲି ସୂଚନା ଦିଆଯାଇଛି। ପୁରୀରୁ ଚିହ୍ନଟ ୭ଜଣଙ୍କ ଭିତରୁ ୩ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ୩ଜଣ ସୁରତ ଫେରନ୍ତା ଓ ଜଣେ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି ।  ସେମାନେ କ୍ବାଣେଣ୍ଟାଇନ ସେଣ୍ଟରରେ ଥିଲେ ବୋଲି ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୩ଜଣଙ୍କ ଭିତରୁ ଜଣେ ହୋମ୍ କ୍ବାରେଣ୍ଟାଇନରେ ଥିବା ବେଳେ ୨ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ ବୋଲି ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଜଣେ ସ୍ଥାନୀୟ ବ୍ୟକ୍ତି ଓ ୨ଜଣ ସୁରତ ଫେରନ୍ତା ରହିଛନ୍ତି ।

କେନ୍ଦୁଝରରୁ ଚିହ୍ନଟ ହୋଇଥିବା ୪ଜଣ ଆକ୍ରାନ୍ତମଙ୍କ ମଧ୍ୟରୁ ଜଣେ ଲେଖାଏଁ ସୁରଟ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଫେରନ୍ତା ରହିଛନ୍ତି ।  ଫେରିବା ପରେ ସମସ୍ତେ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ବଲାଙ୍ଗୀର ଜିଲ୍ଲାରୁ ଚିହ୍ନଟ ହୋଇଥିବା ଦୁଇଜଣ ଆକ୍ରାନ୍ତ ସୁରଟ ଫେରନ୍ତା । ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ । ସମ୍ବଲପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ କିଛି ଦିନ ତଳେ ଅହମ୍ମଦାବାଦରୁ ଫେରିଥିଲେ ।ଏବଂ ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । କେନ୍ଦ୍ରାପଡାରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସୁରଟ ଫେରନ୍ତା ହୋଇଥିବା ବେଳେ ସେ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories