www.samajalive.in
Sunday, December 14, 2025
26.1 C
Bhubaneswar

କରୋନା ଅପଡେଟ୍ : ୮୨୮ପଜିଟିଭ୍, ୨୯୨ ସହ ଗଞ୍ଜାମ ଶୀର୍ଷରେ

ଭୁବନେଶ୍ଵର : ରାଜ୍ୟରେ କାୟା ବିସ୍ତାର କରିଚାଲିଛି କରୋନା । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ରବିବାର ରାଜ୍ୟରେ ଆଉ ୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଛି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୨୭ ଥିବା ବେଳେ, ଏଯାବତ୍ ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ୧୯୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ୨୨ ଟି ଜିଲାରେ କରୋନା ପ୍ରଭାବ ଦେଖିବାକୁ ମିଳିଛି।

ଜିଲ୍ଲାୱାରୀ ସଂକ୍ରମିତଙ୍କ ସଂଖ୍ୟା : –

ଗଞ୍ଜାମ -୨୯୨, ଯାଜପୁର – ୧୨୧, ବାଲେଶ୍ଵର -୧୧୯, ଭଦ୍ରକ-୭୪, ଖୋର୍ଦ୍ଧା – ୫୯, ସୁନ୍ଦରଗଡ -୨୭, କେନ୍ଦ୍ରାପଡା -୨୭, ପୁରୀ -୨୫, କଟକ -୨୨, ଅନୁଗୋଳ -୧୫, ମୟୂରଭଞ୍ଜ – ୧୧, କେନ୍ଦୁଝର – ୮, ନୟାଗଡ – ୬, ଜଗତସିଂହପୁର – ୫, , ବୌଦ୍ଧ-୪, ବଲାଙ୍ଗୀର – ୪, କଳାହାଣ୍ଡି,-୨, ଝାରସୁଗୁଡା – ୨, ଦେବଗଡ-୨, କୋରାପୁଟ-୧ ଏବଂ ଢେଙ୍କାନାଳ – ୧ ।

ରବିବାର ଚିହ୍ନଟ ହୋଇଥିବା ୯୧ ସଂକ୍ରମିତଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାରୁ ୨୮ ଜଣ, ବାଲେଶ୍ବର ଜିଲ୍ଲାରୁ ୧୭ ଜଣ, ଗଞ୍ଜାମ ଜିଲ୍ଲାରୁ ୧୫ ଜଣ, କଟକ ଜିଲ୍ଲାରୁ ୧୨ ଜଣ, ପୁରୀ ଜିଲ୍ଲାରୁ ୭ ଜଣ, କେନ୍ଦୁଝର ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ବଲାଙ୍ଗିର ଜିଲ୍ଲାରୁ ୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ଜଣେ, ସୁନ୍ଦରଗଡ ଜିଲ୍ଲାରୁ ଜଣେ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ରହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ମୋଟ୍ ୯୧,୨୨୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ୮୨୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories