ରାଜ୍ୟରେ ସକାଳ ୯ଟା ସୁଦ୍ଧା ୯.୨୫ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ସୁରୁଖୁରୁରେ ଚାଲିଛି। ସକାଳ ୯ଟା ସୁଦ୍ଧା ୯.୨୫ ପ୍ରତିଶତ ମତଦାନ ହୋଇଥିବା ଇସିଆଇ ଆପରେ ସୂଚନା ଦିଆଯାଇଛି। ସେଥିରେ ଗଜପତି ଜିଲ୍ଲାରେ ୧୦.୨୦ ପ୍ରତିଶତ, ଗଞ୍ଜାମରେ ୬.୮୧ପ୍ରତିଶତ,ଚଳାହାଣ୍ଡିରେ ୯.୦୬ପ୍ରତିଶତ, କୋରାପୁଟରେ ୧୩.୧୪ ପ୍ରତିଶତ, ମାଲକାନଗିରିରେ ୯.୧୫ପ୍ରତିଶତ, ନବରଙ୍ଗପୁରରେ ୮.୮୭ପ୍ରତିଶତ, ମୋହନାରେ ୯.୫୦ପ୍ରତିଶତ, ପାରଳାଖେମୁଣ୍ଡିରେ ୧୧ପ୍ରତିଶତ, ବ୍ରହ୍ମପୁରରେ ୫.୦୫ପ୍ରତିଶତ, ଛତ୍ରପୁର ୫.୯୩ ପ୍ରତିଶତ, ଚିକିଟି ୭.୧୦ ପ୍ରତିଶତ, ଦିଗପହଣ୍ଡି ଓ ଗୋପାଳପୁରରେ ୮ପ୍ରତିଶତ ମତଦାନ ହୋଇଛି।

ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ- ମୁଖ୍ୟମନ୍ତ୍ରୀ

prayash

ସେହିପରି ଭବାନୀପାଟଣାରେ ୬.୨୬ପ୍ରତିଶତ, ଧର୍ମଗଡ ୯.୧୮ପ୍ରତିଶତ, ଜୁନାଗଡରେ ୧୧.୦୮ ପ୍ରତିଶତ, ଲାଞ୍ଜିଗଡ ୮.୩୭ପ୍ରତିଶତ, ନର୍ଲା ୧୦.୨୯ ପ୍ରତିଶତ, ଜୟପୁର ୧୫.୫୧ ପ୍ରତିଶତ, ଲକ୍ଷ୍ମୀପୁର ଓ ପଟାଙ୍ଗୀରେ ୧୩ ପ୍ରତିଶତ ମତଦାନ ହୋଇଥିବା ବେଳେ କୋରାପୁଟ ଓ କୋଟପାଡରେ ୧୨ପ୍ରତିଶତ, ଚିତ୍ରକୋଣ୍ଡା ୮.୯୨ପ୍ରତିଶତ, ମାଲକାନିଗିରି ୯.୩୫ପ୍ରତିଶତ, ଝରିଗାଁ ୧୨.୧୦ପ୍ରତିଶତ, ଉମରକୋଟ ୧୨.୧ ପ୍ରତିଶତ, ଖଡିଆଳ ୧୦.୧୪ ପ୍ରତିଶତ, ନୂଆପଡଶ ୯.୮୨ ପ୍ରତିଶତ, ବିଷମ କଟକ ୭.୩୯ ପ୍ରତିଶତ, ଗୁଣୁପୁର ୫.୯୬ପ୍ରତିଶତ, ରାୟଗଡାରେ ୯ପ୍ରତିଶତ ମତଦାନ ହୋଇଛି।

 

kalyan agarbati

Comments are closed.