www.samajalive.in
Tuesday, December 9, 2025
16.1 C
Bhubaneswar

ନିରବି ଗଲେ ସ୍ୱାମୀ ସାନନ୍ଦ, ଗଙ୍ଗା ସ୍ୱଚ୍ଛତା ପାଇଁ ୧୧୧ ଦିନର ଅନଶନ ପରେ ପରଲୋକ

ଡେରାଡୁନ୍‍ : ଗଙ୍ଗା ନଦୀ ଖନନ ବନ୍ଦ ଓ ଗଙ୍ଗାକୁ ସ୍ୱଚ୍ଛ କରିବା ଦାବିରେ ଦୀର୍ଘ ଦିନ ହେବ ଆନ୍ଦୋଳନ ଚଳାଇଥିବା ପରିବେଶବିତ୍‍ ପ୍ରଧ୍ୟାପକ ଜି.ଡି ଅଗ୍ରୱାଲ ଓରଫ ସ୍ୱାମୀ ଜ୍ଞାନସ୍ବରୁପ ସାନନ୍ଦ ଗୁରୁବାର ସବୁଦିନ ପାଇଁ ନିରବି ଯାଇଛନ୍ତି। ଦୀର୍ଘ ୧୧୧ ଦିନର ଅନଶନ ପରେ ଗୁରୁବାର ଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ତାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସେ ନିଜ ମାତ୍ରୀ ସଦନ ଆଶ୍ରମରେ ଅନଶନ ଜାରି ରଖିଥିଲେ। ବୁଧବାର ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ଦିନ ପ୍ରାୟ ୧ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ରକ୍ତରେ ପୋଟାସିୟମ ବହୁ ମାତ୍ରାରେ କମ୍‍ ହୋଇଯାଇଥିଲା ଓ ସେ ମୁଖରେ ପୋଟାସିୟମ ଗ୍ରହଣ କରୁଥିଲେ ବୋଲି ନିଜ୍‍ ଡାଏରୀରେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଆଇଆଇଟି ଭଳି ଶିକ୍ଷାନୁଷ୍ଠାନର ପୂର୍ବତନ ପ୍ରଧ୍ୟାପକ ଜି.ଡି ଅଗ୍ରୱାଲ ଚଳିତ ବର୍ଷ ଜୁନ୍‍ ମାସରୁ ଗଙ୍ଗାର ସ୍ୱଚ୍ଛତା, ଗଙ୍ଗାରେ ଥିବା ସମସ୍ତ ଜଳ ବିଦ୍ୟୁତ୍‍ ପ୍ରକଳ୍ପ ଓ ଖନନ ବନ୍ଦ କରିବା ଦାବିରେ ଅନଶନ ଚଳାଇଥିଲେ। ଏଥିପାଇଁ ଏକ ଗଙ୍ଗା ସୁରକ୍ଷା ଓ ପରିଚାଳନା ଆଇନ୍‍ ଆଣିବାକୁ ସେ ଦାବି କରିଥିଲେ। ୟୁପିଏ ସରକାର ସମୟରେ ସେ ଗଙ୍ଗା ଅବବାହିକା ପ୍ରାଧିକରଣ (ଏନ୍‍ଜିଆରବିଏ)ର ସଦସ୍ୟ ଥିଲେ। ପୂର୍ବରୁ ୨୦୧୦ରେ ସେ ଭାଗିରଥୀ ନଦୀରେ ପ୍ରସ୍ତାବିତ ୬୦୦ ମେଗାୱାଟ୍‍ର ନାଗପାଳ ଜଳ ବିଦ୍ୟୁତ୍‍ ପ୍ରକଳ୍ପକୁ ବନ୍ଦ କରିବାକୁ ଆନ୍ଦୋଳନ କରିଥିଲେ ଓ ୩୮ ଦିନ ପର୍ଯ୍ୟନ୍ତ ଅନଶନରେ ବସିଥିଲେ। ତାଙ୍କ ଆନ୍ଦୋଳନ ଯୋଗୁ ନାଗପାଳ ପ୍ରକଳ୍ପକୁ ବନ୍ଦ କରିଦିଆଯାଇଥିଲା।
ଏହାପୂର୍ବରୁ ଗଙ୍ଗା ନଦୀରେ ବେଆଇନ ଖଣି ବନ୍ଦ କରିବା ଦାବିରେ ସ୍ୱାମୀ ନିଗମାନନ୍ଦଙ୍କ ଦୁଇ ମାସରୁ ଊର୍ଦ୍ଧ୍ବର ଅନଶନ ପରେ ମୃତ୍ୟୁ ଘଟିଥିଲା।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories