www.samajalive.in
Sunday, December 7, 2025
26.1 C
Bhubaneswar

ଦିଲ୍ଲୀରେ ଜବତ ହେଲା ୪୨ କୋଟି ଟଙ୍କା ମୂଲ୍ୟର ୮୫ କିଲୋ ସୁନା, ୪ ଗିରଫ

ନୂଆଦିଲ୍ଲୀ: ରାଜସ୍ୱ ଗୁଇନ୍ଦା ବିଭାଗ (ଡିଆରଆି) ଅଧିକାରୀମାନେ ରାଜଧାନୀ ଦିଲ୍ଲୀରେ ଚୋରାରେ ଚାଲାଣ କରାଯାଉଥିବା ୮୫.୫ କିଲୋଗ୍ରାମ ଓଜନର ସୁନା ଜବତ କରିଛନ୍ତି । ଏହାର ମୂଲ୍ୟ ପ୍ରାୟ ୪୨ କୋଟି ଟଙ୍କା ହେବ ବୋଲି ଜଣାଯାଇଛି । ଏହି ଘଟଣାରେ ୪ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି । ଡିଆରଆଇ ସୂତ୍ରରୁ ପ୍ରକାଶ ଯେ ଏହି ସୁନାକୁ ବିମାନ ଯୋଗେ ହଂକଂରୁ ବିଦେଶୀ ନାଗରିକମାନେ ଭାରତକୁ ଆଣିଥିଲେ । ଏ ସମ୍ପର୍କରେ ସୂଚନା ମିଳିବା ପରେ ଡିଆରଆଇ ଅଧିକାରୀମାନଙ୍କର ଏକ ଦଳ ‘ମୋଲଟେନ ମେଟାଲ’ ଛଦ୍ମନାମରେ ଏହି ଚଢାଉ ଅଭିଯାନ ହାତକୁ ନେଇଥିଲେ । ଜଣାଯାଇଛି ଯେ ସୁନାକୁ ପ୍ରଥମେ ତରଳାଇ ଛଡ ଓ ସିଲିଣ୍ଡର ଆକୃତି କରାଯାଇଥିଲା । ପରେ ତାହାକୁ ବିଭିନ୍ନ ମେସିନର ଅଶ ଆକାରରେ କଟାଯାଇଥିଲା । ତାହାପରେ ଉକ୍ତ ଚୋରା ସୁନାକୁ ସ୍ଥାନୀୟ ବଜାରରେ ଅଳଙ୍କାର ବ୍ୟବସାୟୀଙ୍କୁ ବିକ୍ରି କରାଯାଇଥିଲା । ଡିଆରଆଇ ତଦନ୍ତକାରୀ ଦଳ ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏୟାର କାର୍ଗୋ କଂପ୍ଲେକ୍ସରେ ଆମଦାନୀ କରାଯାଇଥିବା କେତେକ ପ୍ୟାକଟକୁ ଯାଞ୍ଚ କରିବା ପରେ ଏହା ଜଣାପଡିଥିଲା । ଯାଞ୍ଚ ସମୟରେ ସେଥିରେ ଟ୍ରାନ୍ସଫରମର ଫିଟିଙ୍ଗ କରାଯାଇଥିବା ଇଲେକଟ୍ରୋପ୍ଲେଟିଂ ମେସିନ ଥିବା ଲକ୍ଷ୍ୟ କରାଯାଇଥିଲା । ଟ୍ରାନ୍ସଫରମରଗୁଡିକ ସୁନାରେ ତିଆରି କରାଯାଇ ତାହା ଉପରେ ନିକେଲର ଆସ୍ତରଣ ଦିଆଯାଇଥିଲା । ଏହାପରେ ଦିଲ୍ଲୀ, ଛତରପୁର, ଦକ୍ଷିଣ ଦିଲ୍ଲୀ ଓ ଗୁରୁଗ୍ରାମ ଆଦି ସ୍ଥାନରେ ଚଢଉ କରାଯାଇ ୪ ବିଦେଶୀ ନାଗରିକଙ୍କ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ ଦକ୍ଷିଣ କୋରିଆ ନାଗରିକ ହୋଇଥିବାବେଳେ ଜଣେ ଚୀନ ଓ ଜଣେ ତାଇୱାନ ନାଗରିକ ବୋଲି ଜଣାଯାଇଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories