ବୁଧବାର ରାଶିଫଳ

0

ମେଷ: ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଦ୍ରବ୍ୟ ନଷ୍ଟର ଆଶଙ୍କା ଅଛି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଭାବେ କିଛି ଅର୍ଥ ହାତକୁ ଆସିବ। ବ୍ୟବସାୟ ଲାଭଜନକ ହେବ।
ବୃଷ: କର୍ମକ୍ଷେତ୍ରରୁ ଆର୍ଥିକ ଲାଭ ମିଳିବ। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହେବେ। ବୁଦ୍ଧିମାନ ହୋଇପାରନ୍ତି।
ମିଥୁନ: ଅବହେଳା ନ କରି ବ୍ୟବସାୟ କଲେ ଲାଭଜନକ ହେବ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ମଧୁରଭାଷୀ ହେବେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ।
କର୍କଟ: ସୌଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହୋଇପାରନ୍ତି। ବିଦ୍ୟାପ୍ରେମୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ମିଳିବାର ଆଶା କରାଯାଏ।
ସିଂହ: ପୈତୃକ ସମ୍ପତ୍ତିକୁ ନେଇ ଲାଗିଥିବା ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭ ହେବ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଐଶ୍ୱର୍ଯ୍ୟଯୁକ୍ତ ହେବେ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ସୁଖୀ ହେବେ।
କନ୍ୟା: ପାରିବାରିକ ଶାନ୍ତି ମିଳିବ। ବ୍ୟୟର ପରିମାଣ ଅଧିକ ହୋଇପାରେ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ନେତ୍ରପୀଡ଼ା ଅନୁଭବ କରିପାରନ୍ତି। କଥାର ଶୈଳୀରେ ଅନ୍ୟକୁ ନିଜ ସପକ୍ଷରେ ଆଣି ପାରିବେ। ସାହସୀ ଓ ଜ୍ଞାନୀ ହେବେ।
ତୁଳା: ମୂଲ୍ୟବାନ ଦ୍ରବ୍ୟ କ୍ରୟ କରି ପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହ ଧନ ଲାଭର ସୂଚନା ମିଳୁଛି। ଗୃହସୁଖ ଓ ଯାନବାହନ ସୁଖ ମିଳିବ।
ବିଛା: ଆମୋଦ ପ୍ରମୋଦ ପ୍ରତି ଆକର୍ଷିତ ହୋଇପାରନ୍ତି। ଆପଣଙ୍କ ପରିଶ୍ରମ ମୂଲ୍ୟାଙ୍କନ ହେବ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସୁଖ ମିଳିବ।
ଧନୁ: କର୍ମକ୍ଷେତ୍ରରେ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ହୃଦୟରେ ଭକ୍ତିଭାବ ଜାଗ୍ରତ ହୋଇପାରେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଦାମ୍ପତ୍ୟ ସୁଖ ମିଳିବ।
ମକର: କୌଣସି ଏକ ଅନୁଷ୍ଠାନର ସମ୍ମାନିତ ହୋଇପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଈର୍ଷା ପରିତ୍ୟାଗ କଲେ ପଡ଼ୋଶୀଙ୍କ ଆଦରର ପାତ୍ର ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ହେବେ।
କୁମ୍ଭ: ବନ୍ଧୁ ମିଳନ ଘଟିପାରେ। ବ୍ୟବସାୟ ଲାଭଜନକ ହେବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ସମାଜ ସେବୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପ୍ରଥିତ ପ୍ରଭାବ ବିସ୍ତାରିତ ହେବ। ଜିତେନ୍ଦିୟ ହେବେ। ପ୍ରଭୂତ ବସ୍ତ୍ରାଭରଣ ହେବେ।
ମୀନ: ବହୁ ଶୁଭଫଳ ଆଶା କରାଯାଏ। ଦୂରଯାତ୍ରା କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳଶାଳୀର ଅଧିକାରୀ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିବେ।

Leave A Reply