www.samajalive.in
Monday, December 15, 2025
27.1 C
Bhubaneswar

ଟିଆରଏସ୍‌ ସାଂସଦଙ୍କ ୮୦ କୋଟି ଜବତ କଲା ଇଡି

ହାଇଦରାବାଦ୍‌  : ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ସାଂସଦ ନାଗେଶ୍ବର ରାଓଙ୍କ ୮୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ଏଥିରେ ୨୮ଟି ଜମି ଓ ବାସଗୃହ ରହିଛି।
ରାଞ୍ଚି ଏକ୍ସପ୍ରେସୱେ ଲିମିଟେଡ୍‌, ମଧୁକନ୍‌ ପ୍ରୋଜେକ୍ଟ ଲିମିଟେଡ୍‌ ଆଦି ସଂସ୍ଥା ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ଆସିଥିବା ବେଳେ ଏହାର ନିର୍ଦେଶକ ଥିବା ନାଗେଶ୍ବର ରାଓ ଓ ତାଙ୍କ ସମ୍ପର୍କୀୟଙ୍କ ବିରୋଧରେ ଇଡି ତରଫରୁ ତଦନ୍ତ କରାଯାଇଥିଲା। ଆର୍ଥିକ ଅନିୟମିତତାରେ ନାଗେଶ୍ବରଙ୍କ ସଂପୃକ୍ତି ରହିଥିବା ଜଣାପଡ଼ିବାରୁ ଇଡି ତରଫରୁ ତାଙ୍କର ୮୦ କୋଟି ଟଙ୍କା ସମ୍ପତ୍ତି ଜବତ କରାଯାଇଛି। ଜୁବଲି ହିଲ୍‌ସରେ ଥିବା ମଧୁକନ୍‌ ଗ୍ରୁପ୍‌ ଅଫ୍‌ କମ୍ପାନୀ କାର୍ଯ୍ୟାଳୟ ଓ କେତେକ ସ୍ଥାନରେ ଥିବା ଜମିକୁ ଇଡି ନିଜ କବ୍‌ଜାକୁ ନେଇଥିବା ଜଣାପଡ଼ିଛି। ହାଇଦରାବାଦ୍‌, ଖାମମ୍‌ ଓ ପ୍ରକାଶମ୍‌ ଜିଲାରେ ୬୭ କୋଟିର ସ୍ଥାବର ସମ୍ପତ୍ତି, ନାଗେଶ୍ବର ରାଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୧୩.୬ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଜବତ ହୋଇଥିବା ଜଣାପଡ଼ିଛି।
ଇଡି ତରଫରୁ ମିଳିଥିବା ସୂଚନାନୁଯାୟୀ ମଧୁକନ୍‌ ଗ୍ରୁପ୍‌ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହାତକୁ ନେଇଥିବା ବେଳେ ଏଥିପାଇଁ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି ନିର୍ମାଣ କାର୍ଯ୍ୟରେ ବିନିଯୋଗ କରିବା ପରିବର୍ତ୍ତେ ଅନେକ ଯନ୍ତ୍ରପାତି କିଣିବାରେ ବ୍ୟୟ କରିଥିଲେ। ଏହାବାଦ୍ ଅଭିଯୁକ୍ତମାନେ ବିିଭିନ୍ନ ମାଧ୍ୟମରେ ଅର୍ଥ ଠକେଇ କରିଥିବା ଇଡି କହିଛି।

Hot this week

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

Related Articles

Popular Categories