www.samajalive.in
Sunday, December 7, 2025
23.1 C
Bhubaneswar

ଅଭୟାରଣ୍ୟରୁ ୧୦ କିମି ଭିତରେ ଥିବା ୮ କ୍ରସର ସିଲ, ପ୍ରତିକ୍ରିୟା ରଖିଲା କ୍ରସର ମାଲିକ ସଂଘ

ଖୁଣ୍ଟା: ଖୁଣ୍ଟା ବ୍ଲକର ଶିମିଳିପାଳ ଅଭୟାରଣ୍ୟ ପାଦ ଦେଶରୁ ଦଶ କିମି ମଧ୍ୟରେ ଥିବା ୮ଗୋଟି କ୍ରସରକୁ ଖୁଣ୍ଟା ତହସିଲଦାର ସିଲ କରିଦେଇଥିବା ଜଣାପଡିଛି। ଉକ୍ତ ଦଶ କିମି ମଧ୍ୟରେ ଥିବା ଇଲାକା ଇକୋ ସେନସିଟିଭ ଜୋନ ହୋଇଥିବାରୁ ମୟୂରଭଞ୍ଜ ଜିଲାପାଳ କପ୍ତିପଦା ଉପଜିଲାପାଳଙ୍କୁ ନିର୍ଦେଶ ଦେବାପରେ ଏହି ପଦକ୍ଷେପ ନିଆଯାଇଥିବା ଜଣା ପଡିଛି। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ଶିମିଳିପାଳରୁ ୧୦ କିମି ଦୂରତାକୁ ଇକୋ ସେନସିଟିଭ ଜୋନ ଘୋଷଣା କରିଥିବାରୁ ତା ମଧ୍ୟରେ ଥିବା ଉକ୍ତ କ୍ରସର ଗୁଡିକ ନିର୍ଦ୍ଧାରୀତ ସମୟରେ ଏନଜିଟିର ଅନୁମତି ପତ୍ର ଦାଖଲ କରିପାରିନଥିବାରୁ ୮ଗୋଟି କ୍ରସରକୁ ସିଲ କରାଯାଇଥିବା ତହସିଲଦାର ସ୍ମରଣ କୁମାର ପୃଷ୍ଟି କହିଥିଲେ। ତେବେ ମୟୂରଭଞ୍ଜ ଜିଲା କ୍ରସର ମାଲିକ ସଂଘର ସଭାପତି ପ୍ରକାଶ କର ମହାପାତ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ଜିଲା ପ୍ରଶାସନର ଅଗଣତାନ୍ତ୍ରିକ ଓ ବେଆଇନ ପଦକ୍ଷେପ ବୋଲି କହିଛନ୍ତି। ଶାସକ ଦଳର ନେତାଙ୍କ ଚାପରେ ପ୍ରଶାସନ ପରିଚାଳିତ ହେଉଥିବା ସେ ଗୁରୁତର ଅଭିଯୋଗ କରିଛନ୍ତି। କ୍ରସର ଗୁଡିକୁ ଅନୁମତି ମିଳିବା ପୂର୍ବରୁ ଏନଜିଟିର ନିୟମ ଥିବା ବେଳେ ପୂର୍ବର ଜିଲାପାଳ ଓ ଡିଏଫ ମାନେ କେମିତି ଉକ୍ତ ୧୦ କିମି ମଧ୍ୟରେ କ୍ରସର ସ୍ଥାପନ ପାଇଁ ଅନୁମତି ପ୍ରଦାନ କରିଥିଲେ। ସେହିପରି କ୍ରସର ଗୁଡିକ ପାଇଁ ଉଦ୍ଦିଷ୍ଟ ଅନୁମତି ପତ୍ରର ନିୟମିତ ନବୀକରଣ କେମିତି ହେଉଛି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। କ୍ରସର ଗୁଡିକ ବନ୍ଦ କରାଗଲେ ମାଲିକ ମାନେ କ୍ଷତି ସହିବା ସହ ତା ଉପରେ ନିର୍ଭର କରୁଥିବା ଖୁୁଣ୍ଟା ତହସିଲ ସମେତ,ବାଙ୍ଗିରିପୋଷି, କୁଳିଆଣା, ଶାମାଖୁଣ୍ଟା, ବଡସାହି ଇତ୍ୟାଦି ତହସିଲର ଶହଶହ ଗରିବ ଶ୍ରମିକ ଜୀବିକା ହରେଇବେ ସେ ବୋଲି କହିଛନ୍ତି। ଏଥିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ୧୦ କିମି ପରିବର୍ତ୍ତେ ଇକୋ ସେନସିଟିଭ ଜୋନକୁ ୧କିମିକୁ ହ୍ରାସ କରାଯିବାକୁ ଗତ ମାର୍ଚ୍ଚ ମାସରେ ଚିଠି ଦ୍ୱାରା ପ୍ରସ୍ତାବ ଦିଆଯାଇଥିବା ଜଣା ପଡିଛି। ଆଜିର କାର୍ୟ୍ୟାନୁଷ୍ଠାନରେ ତହସିଲଦାରଙ୍କ ସହ ରାଜସ୍ୱ ପରିଦର୍ଶକ ବ୍ରଜ ବିହାରୀ ସାହୁ, ରାଜସ୍ୱ ନିରୀକ୍ଷକ ଜ୍ୟୋତିପ୍ରକାଶ ଗିରି ଓ ଖୁଣ୍ଟା ପୁଲିସ ସାମିଲ ହୋଇଥିଲେ। ତେବେ ନୀତି ନିୟମ ଓ ରାଜନୈତିକ ଛକାପଞ୍ଝା ମଧ୍ୟରେ ଆଗକୁ କଣ ଘଟୁଛି ଦେଖିବାକୁ ବାକିରହିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories